Odiapua.com

ତାଳଚେରରେ ଓଷ୍ଟା ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ

ତାଳଚେର,୧୯/୧୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଭରତପୁର ଉଚ୍ଚ ବିଦ୍ୟାଳୟ ପରିସରରେ ଓଡିଆ ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ପକ୍ଷରୁ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଓଷ୍ଟା ତାଳଚେର ବ୍ଲକ ସମ୍ପାଦକ ତ୍ରିଲୋଚନ ଦାସଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଷ୍ଟା ବ୍ଲକ ସଭାପତି ହେମନ୍ତ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବରେ ଓଷ୍ଟା ରାଜ୍ୟ ଉପ ସଭାପତି ସରୋଜ କୁମାର ପାଣିଗ୍ରାହୀ,ସମ୍ମାନୀତ ଅତିଥି ଭାବରେ ପୂର୍ବତନ ପ୍ରଧାନଶିକ୍ଷକ ଦୁର୍ଗା ଚରଣ ବିଶୋଇ,ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ ଦୁଃଖବନ୍ଧୁ ସାହୁ,ଭରତପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅମୀୟ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଭରତପୁର ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ସୁନନ୍ଦ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ତ୍ରିଲୋଚନ ଦାସ କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ଦେଇଥିଲେ। ଏହି ଅବସରରେ ତାଳଚେର ବ୍ଲକର ୧୨ଟି ଉଚ୍ଚ ବିଦ୍ୟାଳୟରେ ନୂତନ ଭାବରେ ଯୋଗ ଦେଇଥିବା ପ୍ରଧାନଶିକ୍ଷକ,ପ୍ରଧାନଶିକ୍ଷୟତ୍ରୀମାନଙ୍କୁ ଫୁଲତୋଡା ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ମିହିର କୁମାର ବିଶ୍ୱାଳ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଓଷ୍ଟାର ଉପସଭାପତି କୈଳାସ ଚନ୍ଦ୍ର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବରେ ଓଷ୍ଟାର ସହସମ୍ପାଦକ ଟିକନ କୁମାର ଦାସ,ଶିକ୍ଷକ ଅକ୍ଷୟ କୁମାର ପ୍ରଧାନ,ଜମ୍ବେଶ୍ୱର ଆଚାର୍ଯ୍ୟ,ଆଶିଷ କୁମାର ଦାସ,ମନୋରଞ୍ଜନ ପଟ୍ଟନାୟକ,ତପନ କୁମାର ଦାସ,ପ୍ରଶାନ୍ତ କୁମାର ବେହେରା,ଶରତ କୁମାର ନାୟକ,ଭାସ୍କର ଚନ୍ଦ୍ର ମହାପାତ୍ର,ବେଣୁଧର ମହାରଣା,ଅମ୍ବିକା ବେହେରା,ପ୍ରବାସିନୀ ସାହୁ, ବିଜୟଲକ୍ଷ୍ମୀ ମିଶ୍ର,ସୀମାଦ୍ରୀ ମିଶ୍ର,ନକୁଳ ସାହୁ,ବିନୋଦ ଗୋଚ୍ଛାୟତ,ପ୍ରଶାନ୍ତ କୁମାର ମିଶ୍ର ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । କୋଭିଡ-୧୯ର ନିୟମକୁ ପାଳନ କରା ଯାଇ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା ।