Odiapua.com

ତାମୁଣ୍ତିଆ ଜାତିକୁ ଆଦିବାସୀ ବର୍ଗ ନକଲେ ଭୋଟ ବର୍ଜନ କରିବେ ତାମୁଣ୍ତିଆ ସମାଜ

ବଡ଼ବିଲ ୧୭/୪ (ଓଡିଆ ପୁଅ/ସିତାରାମ ଦିକ୍ଷୀତ) କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ଡିମିରିଡିହା ୪ନଂମ୍ବର ୱାର୍ଡ ତାମୁଣ୍ତିଆ ଆଦିବାସି ଜାତିକୁ ଜମିପଟାରେ ତାମୁଣ୍ତିଆ, ତାମୁଡିଆ, ଭିନ୍ନ ଭିନ୍ନ ଜାତି କରି ସରକାରୀ ଶିକ୍ଷା ଜାତି ପ୍ରମାଣ ପତ୍ର ଆଦିରେ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତିା ଜାତି ପ୍ରମାଣ ପତ୍ର ନ ପାଇ ପାଠ ପଢା ପିଲାମାନେ ସ୍କୁଲରେ ନାମ ଲେଖାଇ ନ ପାରି ଅଳ୍ପ ବୟସରୁ ପାଠ ଛାଡୁଛନ୍ତିା ଶିକ୍ଷା େକ୍ଷତ୍ର ରୁ ବଞ୍ଚିତ ହେଉଛନ୍ତିା ଏନେଇ ତାମୁଣ୍ତିଆ ଆଦିବାସୀ ସମ୍ପ୍ରଦାୟ ର ଝିଅ ବହୁ ମହିଳା ପୁରୁଷ ମାନେ ଆଦିବାସୀ ବାହାବଙ୍ଗା ପର୍ବ ପାଳନ କରିବା ସହିତ ମାଦଳ ଢଲ ବଜାଇ ତାମୁଣ୍ତିଆ ଜାତି ଏକ ଆଦିବାସୀ ଜାତି ଏହାକୁ ପ୍ରଶାସନ ଏବଂ ଲୋକ ଲୋଚନକୁ ଦୃଷ୍ଟି ଦେଇ ଭିନ୍ନ ଭିନ୍ନ ଜାତିକୁ ଆଦିବାସୀ ଜାତିରେ ସାମିଲ କରିବା ପାଇଁ ପ୍ରକାଶ କରିଛନ୍ତି ଏବଂ ଚଳିତ ବର୍ଷ ସାଧାରଣ ନିର୍ବାଚନ ହେଉଛିା ଗାଁ ମାନଙ୍କୁ ବିଧାୟକ, ଠାରୁ ଆରମ୍ଭ କରି ନେତା ମନ୍ତ୍ରୀ ଭୋଟ ମାଗିବାକୁ ମିଠା କଥା ପ୍ରତିଶୃତି ଦେଉଛନ୍ତିା ହେଲେ ବହୁବର୍ଷ ହେବ ତାମୁଣ୍ତିଆ ଜାତିର ଲୋକ କଂ ସମସ୍ୟା କେହି ସମାଧାନ ପାଇଁ ହାତ ବଢାଉ ନାଇଁ ତେବେ ଏହି ସମସ୍ୟା କୁ ବହୁ ବାର ଗଣ ମାଧ୍ୟ୍ୟମ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରି ଥିଲେ ହିଁ ସମାଧାନ କରିବାପାଇଁ କେହି ଚାହୁଁ ନାଇଁ। ଏନେଇ ତାମୁଣ୍ତିଆ ସମାଜର ପ୍ରତ୍ୟେକ ସଦସ୍ୟ ମାନଙ୍କୁ ଡକାଯାଇ ଡିମିରିଡିହା ପଡିଆ ନିକଟରେ ଏକ ବୈଠକ କରାଯାଇ ଏହି ବିଷୟରେ ଆଲୋଚନା କରାଯାଇଛିା ସେମାନେ ଚଳିତ ବର୍ଷ ଭୋଟ ବର୍ଜନ କରିବାକୁ ତାମୁଣ୍ତିଆ ସମାଜ ନିଷ୍ପତି ନେଇଛନ୍ତି। ଏହା ସହିତ ତାଙ୍କ ଗାଁ କୁ କୌଣସି ରାଜ ନୈତିକ ଦଳ କୁ ଗାଁ କୁ ପୁରାଇ ଦେବେ ନାହିଁ ବୋଲି ତାମୁଣ୍ତିଆ ସମାଜର ମୁଖ୍ୟ ବିଶ୍ବନାଥ ତାମୁଣ୍ତିଆ ସହଯୋଗୀ ଗୁରଣ ତାମୁଣ୍ତିଆ ସୂଚନା ଦେଇଛନ୍ତି।