Odiapua.com

ତାତି : ୫ ସହରରେ ତାତି ୪୧ ଡ଼ିଗ୍ରୀ ଉପରେ

ଭୁବନେଶ୍ୱର ୩୧-୫ (ଓଡ଼ିଆ ପୁଅ) ରାଜ୍ୟରକେତେକ ସ୍ଥାନରେ ପ୍ରବଳ ଗରମ ପରିଲକ୍ଷିତ ହେଉଛି। ବିଶେଷ କରି ଭୁବନେଶ୍ୱର ପାଣିପାଗ ବିଭାଗ ଅନୁଯାୟୀ, ୫ ସହରରେ ତାତି ୪୧ ଡ଼ିଗ୍ରୀ ଉପରେ ଅଛି।

ଟିଟଲାଗଡ ୪୨.୭ ଡ଼ିଗ୍ରୀ,
ବଲାଙ୍ଗୀରରେ ୪୨.୫ଡ଼ିଗ୍ରୀ,
ସୋନପୁର ୪୧.୯ ଡ଼ିଗ୍ରୀ,
ଝାରସୁଗୁଡା ୪୧.୨ଡ଼ିଗ୍ରୀ ଏବଂ ବୌଦ୍ଧରେ ୪୧ ଡ଼ିଗ୍ରୀ ରହିଛି।

ଆଗାମୀ ୨-୩ ଦିନ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାରେ ଅନେକ ସ୍ଥାନରେ ସ୍ୱାଭାବିକ ଠାରୁ ୩ ରୁ ୫ ଡ଼ିଗ୍ରୀ ଅଧିକ ରହିବ ତାତି ବୋଲି ପାଣିପାଗ ବିଭାଗ ଆକଳନ କରିଛି।