Odiapua.com

ତାଡକେଶ୍ୱର ମହାଦେବଙ୍କ ବାର୍ଷିକ ଉତ୍ସବ

ଭଦ୍ରକ, ୧୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ଅନ୍ତର୍ଗତ ରାଣୀତାଲ ବଜାରସ୍ଥିତ ତାଡକେଶ୍ୱର ମହାଦେବଙ୍କ ବାର୍ଷିକଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ମନ୍ଦିର କମିଟିର ଉପଦେଷ୍ଟା ଦୀପ୍ତଦିଗନ୍ତ ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଆୟୋଜିତ ଏହି ଉତ୍ସବ ରେ ସମାଜସେବୀ ଭାଗିରଥି ନାୟକଙ୍କ ସଭାପତିତ୍ୱ କରିଥିଲେ। ସଭା ପ୍ରାରମ୍ଭରେ ମନ୍ଦିର ପ୍ରତିଷ୍ଠାତା ପ୍ରଶାନ୍ତ ନାୟକଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆ ଯାଇଥିଲା। ମୁଖ୍ୟ ଅତିଥି ଭାବେ ରାହାଞ୍ଜର ପୂର୍ବତନ ସରପଂଚ ବସନ୍ତ କୁମାର ଲେଙ୍କା, ଅନ୍ୟତମ ଅତିଥି ଭାବେ ସାମ୍ବାଦିକ ତପନ କୁମାର ପଣ୍ଡା, ଶିକ୍ଷାବିତ ସୁକାନ୍ତ ବେହେରା, ଗୀତିକାର ଅନିରୁଦ୍ଧ ଧୀନ୍ଦା ଯୋଗ ଦେଇ ପିଲାମାନଙ୍କ ପ୍ରତିଭା ଅନ୍ୱେଷଣ ପାଇଁ ତା ଡ଼କେଶ୍ୱର ମଦିର କମିଟିର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ପରେ ପରେ ଶିକ୍ଷାବିତ ରତିକାନ୍ତ ସାହୁଙ୍କ ତତ୍ୱାବଧାନରେ ଏକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତା ରେ ପ୍ରୀତିମୟୀ ଦାସ,ମଞ୍ଜୁଲତା ସାହୁ,ଭାଗ୍ୟଶ୍ରୀ ନାୟକ ପ୍ରଥମ, ଦ୍ୱିତୀୟ ତୃତୀୟ ହୋଇଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ସମସ୍ତଙ୍କର ସହଯୋଗ ପାଇଁ ପ୍ରିୟମ୍ବଦା ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ।