Odiapua.com

ତାଜା ଖବର: ମୁଜଫ୍ଫରପୁରରୁ ନୂଆଦିଲ୍ଲୀ ଆସୁଥିବା ସପ୍ତକ୍ରାନ୍ତି ଏକ୍ସପ୍ରେସରେ ନିଆଁ ଲାଗିଲା

ନୂଆ ଦିଲ୍ଲୀ ୨୪-୬ (ଓଡ଼ିଆ ପୁଅ) ମୁଜଫ୍ଫରପୁରରୁ ନୂଆଦିଲ୍ଲୀ ଆସୁଥିବା ସପ୍ତକ୍ରାନ୍ତି ଏକ୍ସପ୍ରେସର ଇଞ୍ଜିନରେ ନିଆଁ ଲାଗିଥିବା ସୂଚନା ମିଳିଛି। ସହର ନିକଟ ବ୍ରହ୍ମପୁରା ଗୁମଟି ନିକଟରେ ଇଞ୍ଜିନରେ ନିଆଁ ଲାଗିଛି। ଇଞ୍ଜିନକୁ ମୁଜଫ୍ଫରପୁର ଜଙ୍କସନ ଅଣାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ହତାହତର ସୂଚନା ମିଳିନାହିଁ। ସୌଭାଗ୍ୟ ବଶତଃ ଟ୍ରେନ ଡ୍ରାଇଭର ତୁରନ୍ତ ପଦକ୍ଷେପ ନେଇ ଜେନେରେଟର ଏବଂ ଟ୍ରେନ୍ ର ଲଗେଜ୍ ବଗିକୁ ଅଲଗା କରିବାରୁ ନିଆଁ ଆଗକୁ ବଢ଼ିପାରିନଥିଲା ଏବଂ ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା।