Odiapua.com

ତାଜମହଲକୁ ପଛରେ ପକାଇଦେଲା ଷ୍ଟାଚ୍ୟୁ ଅଫ ୟୁନିଟ୍

ନୂଆଦିଲ୍ଲୀ: ଭାରତର ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ଏବଂ ପ୍ରଥମ ଗୃହମନ୍ତ୍ରୀ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପାଇଁ ସମର୍ପିତ ସ୍ମାରକୀ ଷ୍ଟାଚ୍ୟୁ ଅଫ ୟୁନିଟ୍ ଏକ ରେକର୍ଡ ସୃଷ୍ଟି କରିଛି।ଦେଶର ଶ୍ରେଷ୍ଠ ୫ଟି ସ୍ମାରକୀ ମଧ୍ୟରେ ଷ୍ଟାଚ୍ୟୁ ଅଫ ୟୁନିଟ୍ ସବୁଠାରୁ ଅଧିକ ଆୟ କରୁଥିବା ସ୍ମାରକୀ ହୋଇଛି।ଆର୍କିୟୋଲଜିକାଲ ସର୍ଭେ ଅଫ ଇଣ୍ଡିଆ ଦ୍ୱାରା କରାଯାଇଥିବା ସର୍ଭେ ଅନୁଯାୟୀ ଏହି ରିପୋର୍ଟ ପ୍ରକାଶ ପାଇଛି।ପୂରାତନ ଅଧ୍ୟୟନ ଏବଂ ସାଂସ୍କୃତିକ ସ୍ମାରକ ଅନୁରକ୍ଷଣ ପାଇଁ ଉତ୍ତରଦାୟୀ ଆର୍କିୟୋଲଜିକାଲ ସର୍ଭେ ଅଫ ଇଣ୍ଡିଆ ରିପୋର୍ଟ ଅନୁଯାୟୀ ଯେଉଁଠି ବର୍ଷକ ମଧ୍ୟରେ ତାଜ ମହଲ ୫୬ କୋଟି ଟଙ୍କା ଆୟ କରିଛି, ସେତେବେଳେ ଷ୍ଟାଚ୍ୟୁ ଅଫ ୟୁନିଟ୍ ବର୍ଷକ ମଧ୍ୟରେ ୬୩ କୋଟି ଟଙ୍କା ଆୟ କରିଛି।ତେଣୁ ଅଧିକା ଆୟ କରିବାରେ ଷ୍ଟାଚ୍ୟୁ ଅଫ ୟୁନିଟ୍ ତାଜମହଲକୁ ପଛରେ ପକାଇ ଦେଇଛି।ସୂଚନାଯୋଗ୍ୟ ଗତ ଅକ୍ଟୋବର ୩୧ ତାରିଖରେ ଷ୍ଟାଚ୍ୟୁ ଅଫ ୟୁନିଟ୍ ହେବାର ବର୍ଷେ ପୁରିଛି।-ଦେବଦତ୍ତ ରଥ