Odiapua.com

ତହସିଲ କର୍ମଚାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା,ଅବସର ଜୀବନ ସୁଖମୟ ହେଉ-ତହସିଲଦାର

ଭଦ୍ରକ, ୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ତହସିଲ କାର୍ଯ୍ୟାଳୟର ବରିଷ୍ଠ କର୍ମଚାରୀଙ୍କୁ ଅଫିସ ତରଫରୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଦୀର୍ଘ ତିନି ଦଶନ୍ଧିର ଅଭୁଲା ସ୍ମୃତି ଓ କର୍ତବ୍ୟନିଷ୍ଠାର ସନ୍ତକ ଛାଡ଼ି ମଙ୍ଗଳବାର ଧାମନଗର ତହସିଲ କାର୍ଯ୍ୟାଳୟର ବରିଷ୍ଠ କର୍ମଚାରୀ ଶତ୍ରୁଘ୍ନ ରାଉତ ଚାକିରି ଜୀବନରୁ ଅବସର ଗ୍ରହଣ କରିଛନ୍ତି। ଦୀର୍ଘ ୩୦ ବର୍ଷର ଏହି ନିରନ୍ତର ସେବା ମଧ୍ୟରେ ସେ ଧାମନଗରର ପାଣି ପବନ ସହ ନିଜକୁ ଏପରି ମିଶାଇ ଦେଇଥିଲେ ଯେ,ସେ ଆଜି ଏହି ଅଂଚଳର ଜଣେ ଅପରିହାର୍ଯ୍ୟ ବ୍ୟକ୍ତିତ୍ୱ ପାଲଟିଛନ୍ତି। ତହସିଲ କାର୍ଯ୍ୟାଳୟକୁ ଆସୁଥିବା ଯେକୌଣସି ନୂତନ ତହସିଲଦାରଙ୍କ ଲାଗି ଶତୁରା ବାବୁ ପ୍ରଥମ ପରାମର୍ଶଦାତା ଥିଲେ। ସେ ଜଣେ ସରକାରୀ କର୍ମଚାରୀ ନଥିଲେ ବରଂ ଜନସାଧାରଣଙ୍କ ଲାଗି ଜଣେ ସାହାଯ୍ୟକାରୀ ବନ୍ଧୁ ମଧ୍ୟ ଥିଲେ। ଅଫିସକୁ ଆସୁଥିବା ସାଧାରଣ ଲୋକଙ୍କୁ କେଉଁ କୋଠରୀରେ କାମ ହେବ,ତାହା ସେ ଅତି ସହଜରେ ବୁଝାଇ ଦେଉଥିଲେ। ତାଙ୍କର ଏହି ନିଃସ୍ୱାର୍ଥପର ସେବା ମନୋଭାବ ତାଙ୍କୁ ସମସ୍ତଙ୍କର ପ୍ରିୟପାତ୍ର କରିପାରିଛି। ମାର୍ଚ୍ଚ ୩୧ ମଙ୍ଗଳବାର ତାଙ୍କର ଅବସରକାଳୀନ ଦିବସରେ ତହସିଲ ପରିସରରେ ଏକ ଭାବପୂର୍ଣ୍ଣ ବିଦାୟ ସଭାର ଆୟୋଜନ କରାଯାଇଥିଲା। ତହସିଲଦାର ସାଇଶ୍ରୀ ଲୋକନାଥ ପ୍ରସାଦ ସେଠୀ,ଦୁଇ ଜଣ ଅତିରିକ୍ତ ତହସିଲଦାର ସାଇ ସିଲୋନା ଓ ପଲ୍ଲୀଭାରତ ମହାଳିକ,ପୂର୍ବତନ ତହସିଲଦାର ବସନ୍ତ କୁମାର ଲେଙ୍କା ଏବଂ ଦୁଇ ଜଣ ରାଜସ୍ୱ ପରିଦର୍ଶକ,ଗିରୀଶ ଚନ୍ଦ୍ର ନାୟକ,ଧର୍ମପଦ ସାହୁ ପ୍ରମୁଖ ଶତ୍ରୁଘ୍ନ ରାଉତଙ୍କ କର୍ତବ୍ୟନିଷ୍ଠାର ଭୂୟସୀ ପ୍ରଶଂ ପ୍ରଶଂସା କରି ତାଙ୍କୁ ଅଫିସ ତରଫରୁ ମାନପତ୍ର,ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ ସହିତ ବାକି ଜୀବନ ସୁଖ ଓ ଆନନ୍ଦମୟ ହେଉ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ତହସିଲ କାର୍ଯ୍ୟାଳୟ ଅନ୍ୟ ମାନଙ୍କ ମଧ୍ୟରେ ରାଜେଶ ମାଝି,ଚିତରଞ୍ଜନ ମଲ୍ଲିକ,ତାପସ ପଣ୍ଡା,ବାସୁଦେବ ପଣ୍ଡା,ଦେବାଶିଷ ମହାପାତ୍ର,ମାନସ ରଞ୍ଜନ କର,ରାଜସ୍ୱ ନିରୀକ୍ଷକ ପ୍ରକାଶ ଚନ୍ଦ୍ର ମଲ୍ଲିକ,କିଶୋର ଚନ୍ଦ୍ର ମଲ୍ଲିକ,ସରୋଜ ଜେନା,ଦେବାଶିଷ ସାହୁ,ଭକ୍ତିଲତା ପତି,ଅର୍ଚନା ନାୟକ,ସୃତିପ୍ରଭା ମଲ୍ଲ,ପୁଷ୍ପାଲତାଙ୍କ ସମେତ ସମସ୍ତ ଆରଆଇ,ଅମିନ ଓ ଅନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଅବସରକାଳୀନ ଶୁଭେଚ୍ଛା ଅଭିନନ୍ଦନ ଜଣାଇଥିଲେ। ଶତ୍ରୁଘ୍ନ ରାଉତ ଆଜି ଅଫିସରୁ ବିଦାୟ ନେଇଛନ୍ତି ସତ,କିନ୍ତୁ ଧାମନଗର ତହସିଲର ପ୍ରତିଟି କାନ୍ଥ, ପ୍ରତିଟି ଫାଇଲ୍ ଓ ପ୍ରତିଟି ଲୋକଙ୍କ ମନରେ ତାଙ୍କର ଉପସ୍ଥିତି ଚିରଦିନ ପାଇଁ ରହିଗଲା। ତାଙ୍କର ଅବସର ଜୀବନ ସୁଖମୟ ହେଉ ଏବଂ ତାଙ୍କ ଭଳି ସରଳ, ସ୍ନେହୀ ଓ କର୍ତବ୍ୟପରାୟଣ ମଣିଷ ଜଣେ ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟରେ ରୁହନ୍ତୁ ଏହା ହିଁ ସମସ୍ତଙ୍କର କାମନା କରିଥିଲେ।