Odiapua.com

ତହସିଲ ଅଫିସ ରୁମରେ ଆରଆଇଙ୍କ ଆତ୍ମହତ୍ୟା !

କଟକ : ୩୦/୫ (ଓଡ଼ିଆ ପୁଅ/ ଅଭୟ ଜେନା) କାର୍ଯ୍ୟରତ ରାଜସ୍ୱ ନିରୀକ୍ଷକଙ୍କର ଝୁଲନ୍ତା ଅବସ୍ଥାରେ ତହସିଲ କାର୍ଯ୍ୟାଳୟରୁ ମୃତ ଦେହ ଉଦ୍ଧାରହୋଇଛି। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ତହସିଲ କାର୍ଯ୍ୟାଳୟ ପରିସରରେ। ସୂଚନା ମୁତାବକ ଏହି ତହସିଲ ଅଧିନ ତରତଶାସନ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟରେ ରାଜସ୍ୱ ନିରୀକ୍ଷକ ଭାବେ କାର୍ଯ୍ୟ କରୁଥିବା ସଞ୍ଜୟ ଦାସ ଆଜି ଅପରାହ୍ନ ୫ ଘଟିକାରେ ଘରୁ ନିଶ୍ଚିନ୍ତକୋଇଲି ବଜାର କୁ ଚା ପିଇବାକୁ ଆସି ନିଶ୍ଚିନ୍ତକୋଇଲି ତହସିଲ କାର୍ଯ୍ୟାଳୟ ର ରେକର୍ଡ ରୁମ ନିକଟରେ ଏକ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ତାଙ୍କୁ ଚିହ୍ନଟ କରାଯାଇଥିଲା। ତେବେ ଖବର ପାଇ ନିଶ୍ଚିନ୍ତକୋଇଲି ତହସିଲଦାର ଓ ନିଶ୍ଚିନ୍ତକୋଇଲି ଥାନା ପୋଲିସ ତହସିଲ ଅଫିସରେ ପହଞ୍ଚି ମୃତ ଦେହକୁ ପରିବାର ଲୋକଙ୍କ ଉପସ୍ଥିତିରେ ଉଦ୍ଧାର କରିଛନ୍ତି। ତେବେ ପରିବାର ଲୋକଙ୍କ ପକ୍ଷରୁ ସଂଜୟଙ୍କର ଅନ୍ୟତ୍ର ବଦଳି ହେବାକୁ ନେଇ ମାନସିକ ଚାପରେ ଥିବା ଝିଅ ସୁଭଲଷ୍ମୀ ପ୍ରତିକ୍ରିୟା ରଖିଥିବା ବେଳେ, ସଞ୍ଜୟଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଏବଂ ପୋଲିସ ତଦନ୍ତରୁ ସତ୍ୟତା ଜଣାପଡିବ ବୋଲି ପ୍ରତିକ୍ରିୟା ରେ କହିଛନ୍ତି ନିଶ୍ଚିନ୍ତକୋଇଲି ତହସିଲଦାର।