Odiapua.com

ତହସିଲଦାରଙ୍କ ମାତ୍ରାଧିକ କାର୍ଯ୍ୟକଳାପ, ଅତିରିକ୍ତ ତହସିଲଦାରଙ୍କୁ ସମସ୍ତ ଦାଇତ୍ଵ ଦେବା ନେଇ ଆଇନଜୀବୀ ଓ ସାଧାରଣରେ ତୀବ୍ର ଅସନ୍ତୋଷ, କାର୍ଯ୍ୟାନୁଷ୍ଠାନ ଦାବି

ବଲାଙ୍ଗୀର, ୨୨-୧୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) : ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ତହସିଲଦାରଙ୍କ ମାତ୍ରାଧିକ କାର୍ଯ୍ୟକଳାପ ଓ ମନୋମୁଖୀ କାର୍ଯ୍ୟ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ଅନୁଯାୟୀ ଟିଟିଲାଗଡ଼ ତହସିଲଦାର ଆନନ୍ଦ କୁମାର ପଣ୍ଡା ଟିଟିଲାଗଡ଼ ତହସିଲ ଅଧୀନରେ ଯୋଗଦାନ କରିବା ଦିନ ଠାରୁ ସେ ଅତିରିକ୍ତ ତହସିଲଦାର ଙ୍କୁ ସମସ୍ତ ଦାଇତ୍ଵ ପ୍ରଦାନ କରି ନିଜେ କୌଣସି କାର୍ଯ୍ୟ ସମ୍ପାଦନ ନ କରିବା ଯୋଗୁଁ ସାଧାରଣ ନା ନା ପ୍ରକାର ଦୁର୍ଦଶା ର ଶିକାର ହେଉଥିବା ଅଭିଯୋଗ ହୋଇଆସୁଛି। ରାଜସ୍ୱ ଆଦାୟ କୁ ଆଳ କରି ମିଥ୍ୟା ବାହା, ବାହା ନେଉଥିବା ବେଳେ ଜାଣି ଶୁଣି ସରକାରୀ ନିୟମ ଅନୁଯାୟୀ କୌଣସି ବାଲିଘାଟ କିମ୍ବା ପଥର କୁଆଁରି ମାନ ମାସ, ମାସ ରୁ ଉର୍ଦ୍ଧ୍ବ ହୋଇ ଯାଇଥିବା ସତ୍ୱେ ସେ ନେଇ କିଏ ଟେଣ୍ଡର ପାଇଲେ କିମ୍ବା କିଏ ଲିଜ ନେଲେ ସେ ନେଇ ସାଧାରଣ ଙ୍କୁ କିଛି ସୂଚନା ଦିଆଯାଉ ନାହିଁ। ଏପରିକି କିଏ ଲିଜ ବା ଟେଣ୍ଡର ନେଲେ ଓ ରାଜସ୍ବ ଆଦାୟ ପତ୍ର ଓ ମୁଲ୍ୟହାର କେତେ ସେ ନେଇ ମଧ୍ୟ ସୂଚନା ପ୍ରଦାନ କରାଯାଉ ନାହିଁ। ଅପରପକ୍ଷରେ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଭିନ୍ନ ସରକାରୀ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଦିଆ ଯାଇଛି। ସମ୍ପୁକ୍ତ ବ୍ୟକ୍ତି ଓ ଠିକାଦାର ଙ୍କୁ ଯୋଗାଉ ଥିବା ଆବଶ୍ୟକ ସାମଗ୍ରୀ ବିଶେଷ ଭାବରେ ଟ୍ରାକ୍ଟର ଗୁଡିକୁ ମନଇଚ୍ଛା ଅଟକ ରଖି ବାରମ୍ବାର ମୋଟା ଅଙ୍କର ଫାଇନ ଆଦାୟ କରାଯାଉଥିବା ଅଭିଯୋଗ ହେଉଛି। ସୂଚନାଯୋଗ୍ୟ ଯେ ଟିଟିଲାଗଡ଼ ରେ ଥିବା ସମସ୍ତ ଟ୍ରାକ୍ଟର, ଡ଼ମ୍ଫର, ଜେ ସି ପି ଗୁଡିକ ବିଭିନ୍ନ ଫାଇନାନ୍ସ କମ୍ପାନୀ ଜରିଆରେ ଚାଲୁଥିବା ବେଳେ ସେମାନେ ଘୋର ଆର୍ଥିକ ଦୁର୍ଦଶା ର ଶିକାର ହେଉଥିବା ଅଭିଯୋଗ ହୋଇ ଆସୁଛି। ଏଣୁ ଉକ୍ତ ଲିଜ ବା ଟେଣ୍ଡର ଧାରୀ ଙ୍କ ନାମ, ସ୍ଥାନ ମାସ ମାସ ଧରି ବିତିଯିବା ସତ୍ୱେ ପ୍ରକାଶ ନ କରିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଏପରି କି ଉକ୍ତ ତହସିଲଦାର ନିଜ କାର୍ଯ୍ୟାଳୟ ରେ ଉପସ୍ଥିତ ନ ରହିବା ଓ ମନଇଚ୍ଛା ଆସି ଚାଲିଯିବା ଯୋଗୁଁ ଦୂର, ଦୁରାନ୍ତ ରୁ ହିତାଧିକାରୀ ଆସି ନିଜ ଆବେଦନ, ନିବେଦନ କରି ପାରୁ ନାହାଁନ୍ତି। ଏପରି କି କରୋନା ଆଳ କରି ଡ୍ରପ ବାକ୍ସ ରେ ପକେଇ ଦେବାକୁ ଉପସ୍ଥିତ କର୍ମଚାରୀ କହିବା ଓ ଦିନ ଗଡି ଚାଲିବା ସତ୍ୱେ ବାରମ୍ବାର ଆବେଦନ କରି କିଛି ସୁଫଳ ନ ମିଳିବା ଓ ତାଙ୍କ ସାକ୍ଷାତ ନ ମିଳିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି।ଅତିରିକ୍ତ ତହସିଲଦାର ଙ୍କୁ ସମସ୍ତ ଦାଇତ୍ଵ ଦେଇ ଦିଆଯାଇଥିବା ବେଳେ ଯେପରି କି ତହସିଲଦାର ନିଜେ ଜମି ପଟା, ଜାତିଗତ, ଆୟ, ବାସିନ୍ଦା, ଜମି ପଟ୍ଟା ର ନକଲ କପି, ଜମିସୀମା ନିର୍ଧାରଣ ମାମଲା, ଜମି କିସମ ପରିବର୍ତ୍ତନ, ଏବଂ, ୧୪୪, ୧୦୭ ଆଇନ ଅନୁଯାୟୀ ଧାରା ଲାଗୁ ନିଜେ କରିବା, ତଥା କରୋନା ସୁରକ୍ଷା ଦାଇତ୍ଵ ପରି ଗୁରୁତ୍ୱପୂର୍ଣ୍ଣ ଦାଇତ୍ଵ ଉକ୍ତ ଅତିରିକ୍ତ ତହସିଲଦାର ଙ୍କ ଉପରେ ଲଦି ଦିଆ ଯାଇଛି। ଦୀର୍ଘ ଦିନ ଧରି ପଡିରହିଥିବା ଏହି ମାଲି, ମକଦ୍ଦମା କାର୍ଯ୍ୟ ହୋଇ ନ ପାରିବା ଓ ନିଜ ମନମୁଖୀ କରି ଚାଲିଥିବା ବେଳେ ସାଧାରଣ ଦୁର୍ଦଶା ର ଶିକାର ହୋଇ ଚାଲିଛନ୍ତି। ଆକାର ଓ ଆୟତନ ଅନୁଯାୟୀ ଟିଟିଲାଗଡ଼ ସବ ଡିଭିଜନ ଓଡ଼ିଶାରେ ପ୍ରମୁଖ ସ୍ଥାନ ହୋଇଥିବା ବେଳେ ଏହି ତହସିଲର ଅନେକ ମୌଜା ର ସାଧାରଣ ଜନତା ନିର୍ଭରଶୀଳ ରହିଛନ୍ତି। ଏ ନେଇ ତୁରନ୍ତ ବିଭାଗୀୟ ମୁଖ୍ୟ ଶାସନ ସଚିବ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଆଇନଜୀବୀ ଓ ସାଧାରଣ ରେ ଦୃଢ଼ ଦାବି ହେଉଛି।