Odiapua.com

ତହସିଲଦାରଙ୍କ ଦ୍ବାରସ୍ଥ ହେଲେ ବଡ଼ବିଲ ବାରିକ ସଙ୍ଘର କର୍ମକର୍ତ୍ତା

ବଡ଼ବିଲ ,ତା ୧୨ ମେ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ)
କେନ୍ଦୁଝର ଜିଲ୍ଲା ବଡ଼ବିଲ ତହସିଲ ଅନ୍ତର୍ଗତ ବାରିକ ସଂଘ ପକ୍ଷରୁ ଆଜି ବଡ଼ବିଲ ତହସିଲଦାରଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରାଯାଇଛି । ପ୍ରକାଶ ଯେ ଆଜକୁ ଲକ୍ ଡାଉନ୍ ନିୟମ ପ୍ରାୟ ୫୦ ଦିନ ହେବାକୁ ବସିଥିବା ବେଳେ ସରକାରଙ୍କ ପକ୍ଷରୁ ସେଲୁନ/ବାରିକ ଦୋକାନ ଗୁଡ଼ିକ ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଛି । ଏହି ପରିପେକ୍ଷୀରେ ଏଅଞ୍ଚଳର ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ସହ ଦୋକାନୀଙ୍କ ପରିବାର ଗୁଜୁରାଣ ମେଣ୍ଟାଇବା ପାଇ ବହୁ କଷ୍ଟ ହେଉଛି । ଯାହାକୁ ନେଇ ଆଜି ତହସିଲଦାରଙ୍କ ଦ୍ବାରସ୍ଥ ହୋଇ ନିଜନିଜର ଦୁଃଖ ଦୁର୍ଦ୍ଦଶା ବିଷୟରେ ଅବଗତ କରାଇବା ସହ ଏକ ଦାବିପତ୍ର ପ୍ରଦାନ କରିଥିଲେ ।