Odiapua.com

ତଳକୁ ଖସିଲା ଭାରତ ଅର୍ଥନୀତି

ନୂଆଦିଲ୍ଲୀ, ୦୧/୦୮, (ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଧୀରେ ଧୀରେ ତଳକୁ ଖସୁଛି ଭାରତର ଅର୍ଥନୀତି। ୨୦୧୭ରେ ଭାରତ ବିଶ୍ୱର ୫ମ ବୃହତ ଅର୍ଥନୀତି ଥିବାବେଳେ ୨୦୧୮ରେ ସପ୍ତମ ସ୍ଥାନକୁ ଖସିଛି। ଏ ନେଇ ଓ୍ଵାଲର୍ଡ ବ୍ୟାଙ୍କର ସଦ୍ୟ ରିପୋର୍ଟରେ ଉଲ୍ଲେଖ ରହିଥିବା ସୂଚନା ମିଳିଛି।

ତେବେ ଫ୍ରାନସ୍‌ ଓ ୟୁକେ ଆଗରେ ଥିବା ବେଳେ ଭାରତ ଏହି ତାଲିକାରେ ଦୁଇଟି ସ୍ଥାନ ତଳକୁ ଖସି ଆସିଛି। ୨୦୧୮ରେ ଭାରତର ଅର୍ଥନୀତି ୨.୭୩ ଟ୍ରିଲିୟନ ଡଲାର ଥିଲା। ତାଲିକାର ପ୍ରଥମରେ ଆମେରିକା, ଦ୍ୱିତୀୟ ସ୍ଥାନରେ ଚାଇନା, ତୃତୀୟରେ ଜାପାନ, ଚତୁର୍ଥରେ ଜର୍ମାନୀ ରହିଥିବା ବେଳେ ୟୁକେ ଓ ଫ୍ରାନ୍ସ ପଞ୍ଚମ ଓ ଷଷ୍ଠ ସ୍ଥାନରେ ଅଛନ୍ତି। ୨୦.୪୯ ଟ୍ରିଲିୟନ ଡଲାର ସହ ଆମେରିକା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଚୀନର ଅର୍ଥନୀତି ୧୩.୬୧ ଟ୍ରିଲିୟନ ଡଲାର ଥିଲା।