Odiapua.com

ତରାଗୋ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଭଦ୍ରକ, ୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ତରାଗୋ ସରକାରି ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଆୟୋଜିର ପୁରସ୍କାର ବିତରଣୀ ସଭା ପ୍ରାରମ୍ଭରେ ଶିକ୍ଷାବିତ୍ କୃଷ୍ଣଚନ୍ଦ୍ର ସାହୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବ୍ରଜ କିଶୋର ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ଶଶି ଶେଖର କରଶର୍ମା, ମୁଖ୍ୟବକ୍ତା ଶିକ୍ଷାବିତ୍ ତଥା ସାହିତ୍ୟିକ ଜଗନ୍ନାଥ ପାତ୍ର, ସମ୍ମାନିତ ଅତିଥି ଭାବେ ସମବାୟ ସମିତି ସହକାରି ଉପ-ନିବନ୍ଧକ ସତ୍ୟ ପ୍ରକାଶ ସେଠୀ, ଅବସରପ୍ରାପ୍ତ ଶିକ୍ଷକ ଚନ୍ଦ୍ରମଣୀ ଦତ୍ତ, ପିତାମ୍ବର ରାଉତ, ଅବସରପ୍ରାପ୍ତ ଶାରିରୀକ ଶିକ୍ଷା ଶିକ୍ଷକ କିଶୋର ଚନ୍ଦ୍ର ଦାଶ, ଧନେଶ୍ୱର ଜେନା, ପ୍ରତାପ ପଣ୍ଡା, ଡ଼ ପ୍ରଶାନ୍ତ ଖଟୁଆ ପ୍ରମୁଖ ଅତିଥି ଥିଲେ । ପାଠ ପଢା ସହ ବାର୍ଷିକ ଉତ୍ସବରେ ବିଭିନ୍ନ ଲୁକ୍କାୟିତ ପ୍ରତିଭାକୁ ପ୍ରତିପାଦନ କରିବାରେ ଛାତ୍ରଛାତ୍ରୀ ସୁଯୋଗ ପାଇଥାନ୍ତି ବୋଲି କହିଥିଲେ ଅତିଥି । ଶିକ୍ଷକ କୋଦଣ୍ଡଧର ସେଠୀ ଅତିଥି ପରିଚୟ ସହ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶିକ୍ଷୟିତ୍ରୀ ନିବେଦିତା ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ଅତିଥି ମାନେ କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ଲୋପାମୁଦ୍ର ସାହୁ, ସ୍ୱସ୍ତିକ୍ରିଷ୍ଣା ନାୟକ, ଜଗନ୍ନାଥ ସେଠୀ, ଲିଲିମା ପରିଆରି ପ୍ରମୁଖ ସହଯୋଗ କରିଥିଲେ ।