Odiapua.com

ତରତରା ଓ କାଠକଟା ସ୍କୁଲ ଶ୍ରେଣୀଗୃହର ଭିତ୍ତିପ୍ରସ୍ଥର ସ୍ଥାପନ କଲେ ବିଧାୟକ

ହାଟଡ଼ିହି,୨୮/ ୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଆନନ୍ଦପୁର ବ୍ଲକ ତରତରା ଓ କାଠକଟାର ଦୁଇଟି ସ୍କୁଲର ନୁତନ ଅତିରିକ୍ତ ଶ୍ରେଣୀଗୃହ, ପାଚେରୀ ଓ ଶୌଚାଳୟ ନିର୍ମାଣର ଆଜି ଭିତ୍ତିପ୍ରସ୍ଥର ସ୍ଥାପନ କରାଯାଇଛି । ତରତରା ସତ୍ୟନାରାୟଣ ହାଇସ୍କୁଲରେ ୪୪ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଅତିରିକ୍ତ ଶ୍ରେଣୀଗୃହ, ପାଚେରୀ ଓ ଶୌଚାଳୟ ନିର୍ମାଣର ଭୂମୀପୂଜା ହେବା ସହ ଭିତ୍ତି ପ୍ରସ୍ଥର ସ୍ଥାପନ କରାଯାଇଥିଲା । ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ । ଏଥିରେ ଆନନ୍ଦପୁର ବ୍ଲକର ବିଡିଓ ପଞ୍ଚାନନ ମଲ୍ଲିକ, ସାଂସଦ ପ୍ରତିନିଧି ଶାନ୍ତନୁ କୁମାର ସେଠୀ, କନିଷ୍ଠଯନ୍ତ୍ରୀ ପ୍ରଫୁଲ କୁମାର ବେହେରା ପ୍ରମୁଖ ଯୋଗଦେଇ ଥିବାବେଳେ ସନ୍ତୋଷ ସାମଲ, ପ୍ରକାଶ ସାମଲ, ସଂଶଧର ସାମଲ, ରବିନ୍ଦ୍ର ସାହାଣି, ଜିତୁରାମ ନାୟକ, ଆର୍ତ୍ତତ୍ରାଣ ନାୟକ, ପ୍ରମୋଦ ସାମଲ, ସୁନନ୍ଦ ସାହୁ, ଦୁର୍ଯ୍ୟୋଧନ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେହିପରି କାଠକଟା ଉନ୍ନିତ ମଧ୍ୟ ଇଂରାଜି ବିଦ୍ୟାଳୟରେ ୪୧ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁଥିବା ନୁତନ ଅତିରିକ୍ତ ଶ୍ରେଣୀଗୃହ, ପାଚେରୀ ଓ ଶୌଚାଳୟ ନିର୍ମାଣର ଭିତ୍ତି ପ୍ରସ୍ଥର ସ୍ଥାପନ କରିଥିଲେ । ଏଥିରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀଙ୍କ ସମେତ ବିଡିଓ ପଞ୍ଚାନନ ମଲ୍ଲିକ, ସରପଞ୍ଚ ହେମବତୀ ହୋ, ସମିତିସଭ୍ୟ ପର୍ଶୁ ମୁଣ୍ଡା, ସାଂସଦ ପ୍ରତିନିଧି ଶାନ୍ତନୁ ସେଠୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ସୁଦାମ ମୁଦୁଲି, ସୁଦାମ ସାହୁ, କଣ୍ଟିପାଳ ସରପଞ୍ଚ ମଳୟ କୁମାର ନାୟକ, ବିଚିତ୍ର ଜେନା, ଦେବେନ୍ଦ୍ର କୁମାର ନାଥ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।