Odiapua.com

ତରଜଙ୍ଗା ପଞ୍ଚାୟତରେ ବିଜେଡ଼ିରେ ମିଶ୍ରଣ

ତିର୍ତ୍ତୋଲ ୩୧-୧୦ (ଓଡ଼ିଆ ପୁଅ/ଟୁକନ ସେଠୀ) ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତରଜଙ୍ଗା ପଞ୍ଚାୟତରେ ବିଜେଡ଼ି ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସଭାପତି ରଞ୍ଜିତ ପରିଜାଙ୍କ ନେତୃତ୍ୱରେ ରଞ୍ଜନ ସାହୁ, ପ୍ରଦୀପ୍ତ ସାହୁ, ଅରକ୍ଷିତ ସାହୁ, ସୁମନ୍ତ ସାହୁ, ପରୀକ୍ଷିତ ସାହୁ, ବିଶ୍ୱରଞ୍ଜନ ସାହୁ, ଅଭିରାମ ସାହୁ, ଚକ୍ରଧର ସାହୁ, ବିଷ୍ଣୁ ପ୍ରସାଦ ମହାପାତ୍ର, ସାରଦା ମହାପାତ୍ର, ବନମାଳୀ ବାରିକ୍‌, ପ୍ରଦୀପ୍ତ ବାରିକ୍‌, ମଣ୍ଟୁ ସାହୁ ପ୍ରମୁଖ ନବିନ ସରାକାରଙ୍କ ନିତୀ ଆଦର୍ଶ ଓ ଲୋକାଭିମୁଖି ଯୋଜନାରେ ଅନୁପ୍ରାଣିତ କରିଥିବାରୁ ବିଜେଡ଼ି ଦଳରେ ସାମିଲ୍ ହୋଇଛନ୍ତି। ପଞ୍ଚାୟତ ପର୍ଯ୍ୟବେକ୍ଷକ ଧିରେନ୍ କୁମାରଜେନା, ମଧୁସୁଦନ ସାହୁ, ବିଜୟ ସ୍ୱାଇଁ, ପ୍ରଦୀପ୍ତ କୁମାର ଦାସ, ଜୀବନଜ୍ୟୋତି ପରିଜା, ସନାତନ ସାହୁ, ଶରତ ଚନ୍ଦ୍ର ସାହୁ, ନାରାୟଣ ସାହୁ, ଆଲୋକ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି କନିମୂଳ ପଞ୍ଚାୟତ କିଲିପାଳ ଗ୍ରାମରେ ବିଜେଡ଼ି ସଂଗଠକ ବସନ୍ତ କୁମାର ମହାପାତ୍ର ଓ ଜିଲ୍ଲାପରିଷଦ ସଭ୍ୟ ସନାତନ ଦଳାଇଙ୍କ ନେତୃତ୍ୱରେ ଅନ୍ୟଦଳରୁ ୧୦ରୁ ଉର୍ଦ୍ଧ କର୍ମୀ ବିଜେଡ଼ିରେ ସାମିଲି ହୋଇଥିଲେ। ବସନ୍ତ କୁମାର ମହାପାତ୍ର ଓ ଜିଲ୍ଲାପରିଷଦ ସଭ୍ୟ ଶ୍ରୀଯୁକ୍ତ ଦଳାଇଙ୍କ ଦୃଢ଼ ନେତୃତ୍ୱରେ ବିଜେଡ଼ି କର୍ମୀମାନେ ଉତ୍ସାହ ହୋଇ ନିର୍ବାଚନ ପ୍ରଚାର କାର୍ଯ୍ୟରେ ଲାଗିପଡ଼ିଥିବା ଦେଖିବାକୁ ମିଳିଛି। ସୁଶିଲ ପରିଡ଼ା, ପ୍ରଫୁଲ ନାୟକ, ଶିଶିର ନାୟକ, ଭାସ୍କର ନାୟକ, ସୁରେନ୍ଦ୍ର ପୃଷ୍ଟି, ତପନ ମଲ୍ଲ, ସରୋଜ କାନ୍ତ ନାୟକ, ସୁଦାନନ୍ଦ ନାୟକ, ନିତ୍ୟାନନ୍ଦ ନାୟକ, ପ୍ରମୋଦ ସ୍ୱାଇଁ, ନାରିନେତ୍ରୀ ପ୍ରମୋଦିନି ସେଠୀ, ରୋଜାଲିନି ସ୍ୱାଇଁ, ହିରଣ୍ୟ ଖୁଣ୍ଟିଆ, ଫିରୋଜ ସ୍ୱାଇଁ, ଧ୍ୟାନକେତନ ସିଂହ ପ୍ରମୁଖ ଲଙ୍କାପଡ଼ା, ଗଇଠିପୁର ଆଦି ଗ୍ରାମମାନଙ୍କରେ ଘର ଘର ବୁଲି ବିଜେଡ଼ି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ ଭୋଟ ଦେବାପାଇଁ ପ୍ରଚାର କରିଥିଲେ।