Odiapua.com

ତମାଖୁ ବର୍ଜନ ଦିବସରେ ସଚେତନତା ରଥ ଉଦଘାଟିତ,ନିଶାମୁକ୍ତ ସମାଜ ଗଠନର ଲକ୍ଷ

ମାଲକାନଗିରି,୨ା୬ (ଓଡିଆ ପୁଅ )ମାଲକାନଗିରି ଜିଲ୍ଲା ହସପିଟାଲ ପରିସରରେ ବିଶ୍ୱତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି । ଏହି ଅବସରେ ନିଶାମୁକ୍ତ ସମାଜ ଗଠନ ନେଇ ତମାଖୁ ବର୍ଜନ ସଂପର୍କରେ ଏକ ସଚେତନତା ରଥକୁ ଜିଲ୍ଲା ମୁଖ୍ୟସ୍ୱାସ୍ଥ୍ୟ ଅଧିକାରୀ ପ୍ରଫୁଲ କୁମାର ନନ୍ଦ ସବୁଜ ପତକା ଦେଖାଇ ଉଦଘାଚଟନ କରି ତମାଖୁ ସେବନର କୁ ପ୍ରଭାବ ସଂପର୍କରେ କହିଥିଲେ । ଏହି ଅବସରେ ଅନ୍ୟାନ ମାନଙ୍କ ମଧ୍ୟରେ ଜିଲ୍ଲା ଅତିରିକ୍ତ ସ୍ୱାସ୍ଥ୍ୟଅଧିକାରା ଡାକ୍ତ ଅନିଲକୁମାର ମିଶ୍ର, ଏଡିଏମଓ ମେଡିକାଲ ଡାକ୍ତର ଶିବପ୍ରସାଦ ମହାରଣା,ଡିପିଓଚଓ ଡାକ୍ତର ସନ୍ଧ୍ୟାରାଣୀ ପଟନାୟକ,ଡିପିଏମଓ ବନବିହାରି ମିଶ୍ର,ଏଡିପିଚଏଓ ଚିତରଜଂନସେଠୀ ପ୍ରମୁଖ ଉପସ୍ଥିତ ରହି ଗଳା ଓ ମୂଖଗ୍ୱହର କର୍ଟକ ରୋଗର ତମାଖୁ ସେବନର ଭୟବହାତା ସପ୍ରପକରେ କହିଥିଲେ । ଏହି ଜନସଚେତନତା ରଥା ଜିଲ୍ଲାର ସାତଟି ଯାକ ବ୍ଲକ ପରିକ୍ରମା କରି ନିଶାମୁକ୍ତ ସମାଜ ଗଠନ କରିବାର ଜନସଚେତନତାର ବାର୍ତା ଦେବା ଆରମ୍ଭ କରିଛି । ଏହି କାର୍ଯ୍ୟକ୍ରମକୁ ହସପିଟାଲ ସୁପରି ଟେଣ୍ଡେଟଂ ଡାକ୍ତର ଭୋଳ,ମେଡିକାଲ ମ୍ୟାନେଜର ଶଶାଙ୍କଶେଖ ପିଣ୍ଡ୍ରିତ୍ରା,ମାଟର୍ନ ବରିଷ୍ଟ ସେବିକୀ ଚେମାଲି ମଣ୍ଡଳ,ବରିଷ୍ଟ ଷ୍ଟାପନର୍ସ ସଜୁଂକ୍ତା ସେଠା,ରୁକ୍ମଣି ନାୟକ,ପରିଚାନା କରିଥିଲେ ।