ନୂଆଦିଲ୍ଲୀ: ଜମ୍ମୁକାଶ୍ମୀରର ନବ ନିଯୁକ୍ତ ଉପ-ରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହୋଇଥିବା ମେହେବୁବା ମୁଫତିଙ୍କ ଦଳ ପିଡିପି ରାଜ୍ୟସଭା ସାଂସଦ ନଜ୍ଜିର ଅହମ୍ମଦ ଲାଉୟଙ୍କୁ ଦଳରୁ ବହିଷ୍କାର କରି ଦିଆଯାଇଛି।ବର୍ତ୍ତମାନର ରାଜନୈତିକ ସ୍ଥିତି ଏବଂ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ନଜ୍ଜିର ଅହମ୍ମଦଙ୍କ ଉପ-ରାଜ୍ୟପାଳଙ୍କ ଶପଥ ଗ୍ରହଣ ସମାରୋହକୁ ଯିବା ପାର୍ଟି ନିୟମ ବିରୋଧୀ ବୋଲି ପିଡିପି ପକ୍ଷରୁ କୁହାଯାଇଛି।ସୂଚନାଯୋଗ୍ୟ କାଶ୍ମୀରରେ ଇଣ୍ଟରନେଟ ସେବା ଚାଲୁ ହେବା ପରେ ଏହା ଛାତ୍ରଛାତ୍ରୀଙ୍କୁ ସହାୟକ ହେବ ଭଳି ପ୍ରସଙ୍ଗରେ ନଜ୍ଜିର ଅହମ୍ମଦ ଟ୍ୱିଟ କରି ସାରିଛନ୍ତି।-ଦେବଦତ୍ତ ରଥ