ଭଦ୍ରକ, ୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- କିଛି ଦିନର ନୀରବତା ପରେ ପୁଣି ରାଣୀତାଲ ଅଂଚଳରେ ଚୋରି ଆରମ୍ଭ ହୋଇଛି। ଗତକାଲି ରାତିରେ ତଗିରା ଗ୍ରାମର ଜୟନ୍ତୀ ଦାସ ଗରମ ପାଇଁ ନିଜ ଘରେ ଚାବି ପକାଇ ପାଖ ପୌଦଶୀଙ୍କ ଘରେ ଶୋଇଥିବାର ସୁଯୋଗ ନେଇ ଚୋର ଚାବି ଭାଙ୍ଗି ପ୍ରାୟ ୩ଭରି ସୁନା ଅଳଙ୍କାର, ରୂପା ଜିନିଷ ଚୋରି କରି ନେଇଥିବା ସୂଚନା ମିଳିଛି। ଗ୍ରାମାଂଚଳ ଥାନାରେ ଏତଲା ଦେବା ପରେ ଗ୍ରାମାଂଚଳ ପୋଲିସ ଆସି ତଦନ୍ତ କରି ଯାଇଛି। ଏ ଅଂଚଳରେ ଗତ ତିନି ବର୍ଷମଧ୍ୟରେ ପ୍ରାୟ ୨୦ରୁ ଅଧିକ ଦୋକାନ ଓ ଘର ଚୋରି ହୋଇ ଥିବା ବେଳେ ପୋଲିସର ହାତ ଶୂନ। ରାଣୀତାଲରୁ ଗ୍ରାମାଂଚଳ ଥାନା ୧୫କିମିରୁ ଅଧିକ ହୋଇ ଯାଇଥିବା ବେଳେ ପୋଲିସ ପେଟ୍ରୋଲି ବ୍ୟବସ୍ଥା ଠପ। ଯାହାର ସୁଯୋଗ ନେଇ ଏ ଅଂଚଳରେ ଚୋରି ବୃଦ୍ଧି ପାଉଛି। ରାଣୀତାଲ ଅଂଚଳରେ ଫାଣ୍ଡି ପ୍ରତିଷ୍ଠା ପାଇଁ ସାଧାରଣରେ ଦାବୀ ଦେଉଛି।