Odiapua.com

ଢେଙ୍କାନାଳ ଜିଲ୍ଲାର ଦୁଇ କୋରନା ଯୋଦ୍ଧା ଇଂ ହିମାଦ୍ରି ଓ ଗଣେଶ

ଢ଼େଙ୍କାନାଳ,୨0/,୧୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଲକଡାଉନର ପ୍ରଥମ ଦିବସ ଠାରୁ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ଦୁଇ ଯୁବ ପ୍ରତିଭା ଦକ୍ଷ ସଙ୍ଗଠକ କେନ୍ଦୁଝର ଜିଲ୍ଲା, ତେଲକୋଇ ନିର୍ବାଚନମଣ୍ଡଳୀ ବିଜେପି ପ୍ରାକ୍ତନ ଵିସ୍ତାରକ ତଥା ବିଜେପି ନମୋ ଇଣ୍ଡିଆ ଓ ରାଷ୍ଟ୍ରୀୟ ଗୋ ସୁରକ୍ଷା ବାହିନୀ ଢେଙ୍କାନାଳ ଜିଲ୍ଲା ସଭାପତି ଇଞ୍ଜିନିୟର ହିମାଦ୍ରି ଦାସ (ବବୁଲ) ଏବଂ ବରଗଡ଼ ଜିଲ୍ଲା,ଭଟଲି ନିର୍ବାଚନମଣ୍ଡଳୀ ବିଜେପି ପ୍ରାକ୍ତନ ଵିସ୍ତାରକ ତଥା ବିଜେପି ନମୋ ଇଣ୍ଡିଆ ଓ ରାଷ୍ଟ୍ରୀୟ ଗୋ ସୁରକ୍ଷା ବାହିନୀ ଢେଙ୍କାନାଳ ଜିଲ୍ଲା ସଂଗଠନ ମନ୍ତ୍ରୀ ଶ୍ରୀମାନ ଗଣେଶ ମହାକୁଡ଼ ଦୁଇ ଯୁବ ନେତା କରୋନା ଯୋଦ୍ଧା ସାଜି ନିରନ୍ତର ସେବା ଦେଇ ଚାଲିଛନ୍ତି। ନିଜ ଜୀବନ କୁ ଖାତିର ନକରି ସମାଜ ସେବାକୁ ଵ୍ରତ ରୂପେ ପାଳନକରି ଯେଭଳି ଭାବରେ କାମାକ୍ଷା ନଗର ନିର୍ବାଚନମଣ୍ଡଳୀ ଓ ପର୍ଜଙ୍ଗ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗାଁ ଗାଁ ରେ ନିଜସ୍ଵ ଉଦ୍ୟମରେ ଅସହାୟ ଦିଵ୍ୟାଙ୍ଗ,ଶ୍ରମିକ, ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ନିଃସ୍ଵାର୍ଥପର ସେଵା ତଥା ହାତ ତିଆରି ମାସ୍କ,ସାବୁନ, ସାନିଟାଇଜର,ଆର୍ଥିକ ସହାୟତା, ଶୁଖିଲା ଖାଦ୍ୟ,ବହି ଖାତା ସ୍ଲେଟ ଯୋଗାଇଛନ୍ତି ଏହା ସହିତ ବୁଲା ପଶୁ ପକ୍ଷୀଙ୍କ ପାଇଁ ଫଳ ରନ୍ଧା ଖାଦ୍ୟ ଯୋଗାଇଛନ୍ତି ଏବଂ ସମସ୍ତ କରୋନା ଯୋଦ୍ଧା ପୋଲିସ କର୍ମଚାରୀ,ସଫେଇ କର୍ମଚାରୀ, ଦମକଳବାହିନୀ,ଡାକ୍ତର,ନର୍ସ,ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ଭାଵରେ ଫୁଲ ଦୀପ ଗାମୁଛା ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ଏହା ସହିତ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠି କୁ ୧୦୦୦୦ ଟଙ୍କା ପ୍ରଦାନ କରିଛନ୍ତି । ଇଞ୍ଜିନିୟର.ହିମାଦ୍ରି ଓ ଗଣେଶଙ୍କ ସେବା କାର୍ଯ୍ୟ ରାଷ୍ଟ୍ର ପ୍ରେମ ଅତି ଉଚ୍ଚକୋଟୀର ଓ ପ୍ରଶଂସନୀୟ ।ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ସଂଗଠନ ତେହେଲକା ଢେଙ୍କାନାଳ ଜିଲ୍ଲା ପରିବାର ଅନୁଷ୍ଠାନ ତରଫରୁ ଦୁଇ ଯୁବ ପ୍ରତିଭା କରୋନା ଯୋଦ୍ଧା ଇଞ୍ଜିନିୟର ହିମାଦ୍ରି ଦାସ ଓ ଶ୍ରୀମାନ ଗଣେଶ ମହାକୁଡ଼ ଉଭୟଙ୍କୁ କୋରାନା ଯୋଦ୍ଧା ଭାବରେ ସମ୍ବର୍ଧନା କରାଯାଇଛି। ଦୁଇ ଯୁଵ ନେତା ଇଞ୍ଜିନିୟର ହିମାଦ୍ରି ଓ ଗଣେଶ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାର୍ଗଦର୍ଶନ ଆଶୀର୍ବାଦ ଓ ଢେଙ୍କାନାଳ ଜିଲ୍ଲାବାସୀଙ୍କ ଭଲପାଇବା ଆଶୀର୍ବାଦ କୁ ପୁଞ୍ଜି କରି ରାଷ୍ଟ୍ର ପାଇଁ ସମର୍ପିତ ହୋଇ ସେବା କାର୍ଯ୍ୟ ନିରନ୍ତର ଜାରି ରଖିବୁ ।