Odiapua.com

ଢାକାରେ ବଡ଼ଧରଣର ବିସ୍ଫୋରଣ; ୧୪ ଜଣଙ୍କର ମୃତ୍ୟୁ, ୧୦୦ ରୁ ଅଧିକ ଆହତ

ନୂଆଦିଲ୍ଲୀ ୭-୩ (ଓଡ଼ିଆ ପୁଅ) ମଙ୍ଗଳବାର ଦିନ ବାଂଲାଦେଶର ରାଜଧାନୀ ଢାକାରେ ଏକ ସାତ ମହଲା କୋଠା ଉପରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏପର୍ଯ୍ୟନ୍ତ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ଆସିଛି। ୧୦୦ ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ସୂଚନା ଅନୁଯାୟୀ, ସ୍ଥାନୀୟ ସମୟ ଅପରାହ୍ଣ ପ୍ରାୟ ୪ ଟା ୫୦ ମି ବେଳେ ଏହି ବିସ୍ଫୋରଣ ଘଟିଥିଲା। ସୂଚନା ପାଇବା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଁଚିଥିଲା। ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।

ଆହତମାନଙ୍କୁ ଢାକା ମେଡିକାଲ କଲେଜ ଡାକ୍ତରଖାନାକୁ ନିଆଯାଇଛି। ସଂଲଗ୍ନ ବିଲ୍ଡିଂରେ BRAC ବ୍ୟାଙ୍କର ଏକ ଶାଖା ମଧ୍ୟ ଅଛି। ବିସ୍ଫୋରଣ ହେତୁ ବ୍ୟାଙ୍କର କାଚ କାନ୍ଥ ଭାଙ୍ଗି ଯାଇଥିଲା। ରାସ୍ତାର ଅପର ପାର୍ଶ୍ୱରେ ପାର୍କିଂ ହୋଇଥିବା ଏକ ବସ୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।