Odiapua.com

ଡ. କୃଷ୍ଣଚରଣ ବେହେରାଙ୍କ ଶ୍ରାଦ୍ଧୋତ୍ସବ ଓ ସ୍ମୃତି ସଭା

ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ହେଉ ଶବ୍ଦଟିଏ କି ଭାବଟିଏ କେହି ନା କେହି ଥାଆନ୍ତି ତହିଁରେ ଭାଗୁଆଳ । ସବୁ ଭବଭୂତି ମାନେ ବୁଝିଥାନ୍ତି ଯେ କେବେବି କାଳଜୟୀ ନୁହେଁ କବିତା । ତଥାପି ଚିରକାଳ ଜୀଇଁ ରହେ ଚିରନ୍ତନ ସାହିତ୍ୟ ଓ ସତ୍ ସାହିତ୍ୟିକଟିଏର ସ୍ମୃତି । ସେମିତି ଜଣେ ସାରସ୍ୱତ ସାଧକ ଥିଲେ ପ୍ରବୀଣ ଅଧ୍ୟାପକ ଓ ଗବେଷକ, ଏକାଧାରରେ ଜଣେ ଗାଳ୍ପିକ, ପ୍ରାବଂଧିକ, ଶିଶୁ ସାହିତ୍ୟିକ, କବି ତଥା ଜୀବନୀ ଲେଖକ ଡ. କୃଷ୍ଣଚରଣ ବେହେରା ବୋଲି ଡ. ବେହେରାଙ୍କ ସପ୍ତମ ଶ୍ରାଦ୍ଧୋତ୍ସବ ଓ ସ୍ମ୍ମୃତି ସଭାରେ ମତ ପ୍ରକାଶ ପାଇଛି । ନୂଆବଜାରସ୍ଥିତ ଏକ କଲ୍ୟାଣ ମଣ୍ଡପରେ ସାହିତ୍ୟିକ ବାସୁଦେବ ବାରିକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ପ୍ର. ଡ. ବ୍ରଜମୋହନ ମିଶ୍ର ଓ ଗାଳ୍ପିକ ପବିତ୍ର ପାଣିଗ୍ରାହୀ ମୁଖ୍ୟଅତିଥି ଓ ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଡ. ଚିତରଂଜନ ବେହେରାଙ୍କ ଗଳ୍ପପୁସ୍ତକ ‘ନିଜ ନିଜ ଦୁଃଖ’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ ପ୍ର. ଡ. ନଟବର ଶତପଥିଙ୍କୁ ଡ. କୃଷ୍ଣଚରଣ ବେହେରା ସ୍ମୃତି ସମ୍ମାନ ଏବଂ ପ୍ରଶାସକ କବି ଧନଞ୍ଜୟ ସ୍ୱାଇଁଙ୍କୁ ଡ. ଶୁଭକାନ୍ତ ବେହେରା ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ଅର୍ନ୍ତଯ୍ୟାମି ମହାରଣା ଓ ଚୈତାଳି ଖିଲାର ମାନପତ୍ର ପାଠ କରିଥିଲେ । ପ୍ରାରମ୍ଭରେ ସ୍ମ୍ମୃତି ସଂସଦର ଆବାହକ ପ୍ରେମପୃଥିବୀର ସଂପାଦକ କୈଳାଶ ଚନ୍ଦ୍ର ପଣ୍ଡା ସ୍ୱାଗତ ବକ୍ତବ୍ୟ ଓ ସଂପାଦକ ଡ. ରାଧାରାଣୀ ମହାପାତ୍ର ଅନୁଷ୍ଠାନିକ ବିବରଈ ପ୍ରଦାନ କରିଥିଲେ । ଶାନ୍ତନୁ କୁମାର ରାଉତ ଅତିଥିଙ୍କ ପରିଚୟ ଦେଇଥିଲା ବେଳେ ବିଜୟ କୁମାର ବହଳୀ ବେଦପାଠ କରିଥିଲେ । ଶେଷରେ ମଥୁରା ମୋହନ ବେହେରା ସଭାର ଶେଷ ସ୍ପର୍ଶ ଦେଇଥିଲେ । ବାଦଲ ମହାପାତ୍ର, ପୁଣ୍ୟଶ୍ଲୋକ ବେହେରା ଓ ଡ. ଶୁଭଶ୍ରୀ ବେହେରା କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ଭଦ୍ରକର ଶତାଧିକ ସାହିତ୍ୟିକ, ବୁଦ୍ଧିଜୀବୀ ଓ ସାମ୍ବାଦିକ ଏଥିରେ ଯୋଗ ଦେଇଥିଲେ ।