Odiapua.com

ଡ୍ରେନ ନିର୍ମାଣ ବେଳେ ଶ୍ରମିକଙ୍କ ଉପରେ ସଂଘବଦ୍ଧ ଆକ୍ରମଣ, ଥାନାରେ ଅଭିଯୋଗ

ଭଦ୍ରକ, ୨୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଧୁଷୁରୀ ଥାନା ଅନ୍ତର୍ଗତ ସାହାସପୁର ଗ୍ରାମରେ ଡ୍ରେନ ଖୋଳା କୁ ବିରୋଧ କରି କାର୍ଯ୍ୟରେ ନିୟୋଜିତ ଥିବା ଶ୍ରମିକଙ୍କୁ ଗ୍ରାମର ବାପ ଏବଂ ଦୁଇ ପୁଅ ମିଳିତ ଆକ୍ରମଣ କରିବା ଫଳରେ ଶ୍ରମିକ ଜଣକ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି। ଶ୍ରମିକଙ୍କ ଗୋଡ଼କୁ ହାତୁଡିରେ ପିଟିବା ଦ୍ୱାରା ତାଙ୍କର ଗୋଡ଼ ହାଡ଼ ଦୁଇ ଖଣ୍ଡ ହୋଇଥିବା ଏକ୍ସରେ ରିପୋର୍ଟ ରୁ ଜଣାଯାଇଛି।ଅଭିଯୋଗରୁ ପ୍ରକାଶ ସାହାସପୁର ଗ୍ରାମ ଜଗନ୍ନାଥ ମନ୍ଦିର ଠାରୁ ସୂତାର ସାହି ପର୍ଯ୍ୟନ୍ତ ରାସ୍ତା କଡରେ ଡ୍ରେନ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ଅନୁଦାନ ମଞ୍ଜୁର ହେବା ପରେ ଠିକାଦାର ରାସ୍ତା କଡରେ ବାଲି ଚିପ୍ସ ଇତ୍ୟାଦି ରଖି ଡ୍ରେନ କାର୍ଯ୍ୟ ଆରମ୍ଭ କରିଛନ୍ତି। ଅପର ପକ୍ଷେ ଗ୍ରାମ ଭିତରକୁ ପ୍ରବେଶ ପାଇଁ ତିନୋଟି ରାସ୍ତା ମଧ୍ୟ ରହିଛି।ହେଲେ ଗୁରୁବାର ଡ୍ରେନ କାର୍ଯ୍ୟ ଚାଲୁଥିବା ସମୟରେ ଗ୍ରାମର ଶରତ ପୋଥାଳ ଏବଂ ତାଙ୍କର ଦୁଇ ପୁଅ ସମୀର ଓ ଶେଖର ଆକ୍ରୋଶ ମୂଳକ ଭାବେ ରାସ୍ତାରେ କାହିଁକି ବାଲି ଚିପ୍ସ ଢଳା ଯାଇ ରାସ୍ତା ଅବରୋଧ କରାଯାଉଛି ଏଭଳି ବିଭିନ୍ନ କଥା କହି କାର୍ଯ୍ୟକୁ ବିରୋଧ କରିବା ସହ କାର୍ଯ୍ୟରେ ନିୟୋଜିତ କୋଠାର ଗ୍ରାମର ଶ୍ରମିକ ରବୀନ୍ଦ୍ର ମଳିକଙ୍କ ପୁଅ କୈଳାସ ମଳିକ (୪୦)ଙ୍କ ସହିତ ଯୁକ୍ତି ତର୍କ ଗାଳି ଗୁଲଜ କରି ସଂଘ ବଦ୍ଧ ଭାବେ ହାତୁଡି ରେ ତାଙ୍କ ହାତ ଓ ଗୋଡ଼କୁ ଶକ୍ତ ପ୍ରାହର କରିଥିଲେ। ଏହାଦ୍ୱାରା କୈଳାସ ର ଗୋଡ଼ ଭାଙ୍ଗି ସେ ଗୁରୁତର ହୋଇଥିଲେ ।ତୁରନ୍ତ ତାଙ୍କୁ ଧୁଷୁରୀ ପରେ ଭଦ୍ରକ ଡାକ୍ତର ଖାନାରେ ଚିକିତ୍ସା କରାଯାଉଛି। ତାଙ୍କର ଗୋଡ଼ ହାଡ଼ ଦୁଇ ଖଣ୍ଡ ହୋଇଛି। ଏ ସମ୍ପର୍କରେ ଥାନାରେ ଥାନାରେ ଅଭିଯୋଗ ପରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ମାନେ ଫେରାର ଅଛନ୍ତି। ତେବେ ଖରା ରେ ନିଜର ପରିବାର ପୋଷଣ ପାଇ କାମ କରୁଥିବା ବେଳେ ଶ୍ରମିକ କୁ ଏପରି ଆକ୍ରମଣ ସାଧାରଣ ରେ ନିନ୍ଦା କରା ଯାଇଛି।