ଭଦ୍ରକ, ୨୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶିଶୁମାନେ ମାଟି ପିଣ୍ଡୁଳା ସଦୃଶ। ଛୋଟବେଳୁ ସେମାନଙ୍କୁ ସତ୍ମାର୍ଗରେ ପରିଚାଳିତ କରିବା ପ୍ରତ୍ୟେକ ଅଭିଭାବକମାନଙ୍କର କର୍ତବ୍ୟ। ସେହିଭଳି ସେମାନଙ୍କ ଭବିଷ୍ୟତ ଗଠନରେ ବିଦ୍ୟାଳୟର ଗୁରୁଙ୍କ ଭୂମିକା ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ। କେବଳ ଜଣେ ଉଚ୍ଚଶିକ୍ଷିତ ହୋଇ ଅସାଧୁ ଉପାୟରେ ଅର୍ଥ ଉପାର୍ଜନ ଅପେକ୍ଷା ଭଲ ମଣିଷ ହେବା ହିଁ ଆଜି ପ୍ରତ୍ୟେକ ଛାତ୍ରଛାତ୍ରୀର ଲକ୍ଷ୍ୟ ହେବା ଉଚିତ୍ ବୋଲି ଆଜି ଭଦ୍ରକର ଡାହାଣୀଗଡିଆସ୍ଥିତ ଡ୍ରିମ୍ ଇଣ୍ଡିଆ ସ୍କୁଲର ଅଷ୍ଟମ ବାର୍ଷିକ ଉତ୍ସବରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଆହ୍ୱାନ ଦେଇଛନ୍ତି। ବିଦ୍ୟାଳୟର ଅଧ୍ୟକ୍ଷ ପ୍ରତାପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବ ପ୍ରାରମ୍ଭରେ ଉପାଧ୍ୟକ୍ଷ ଜୟନ୍ତ କୁମାର ସ୍ୱାଇଁ ପ୍ରାରମ୍ଭିକ ସୂଚନା ଦେଇଥିବାବେଳେ ଶିକ୍ଷୟିତ୍ରୀ ସ୍ୱାତିକା ଜେନା ଓ ଅରୁଣ କୁମାର ତ୍ରିପାଠୀ ଉତ୍ସବର ସଂଯୋଜନା କରିଥିଲେ। ମୁଖ୍ୟଅତିଥି ଭାବେ ପଣ୍ଡିତ ବୀରେନ୍ଦ୍ର ପଣ୍ଡା ଓ ସମ୍ମାନିତ ଅତିଥି ଭାବେ ଇଂରାଜୀ ଅଧ୍ୟାପକ ତଥା କବି କିଶୋର ପାଣିଗ୍ରାହୀ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉପସ୍ଥିତ ଛାତ୍ରଛାତ୍ରୀ, ଅଭିଭାବକ ଓ ଗୁରୁଜୀ-ଗୁରୁମାଙ୍କୁ ଉପଦେଶ ଛଳରେ ପିତାମାତା ଓ ଗୁରୁଙ୍କୁ ଭକ୍ତି ଓ ଗୀତା ଭାଗବତ ପୁରାଣ ଏବଂ ପୃଥିବୀର ମହାମନୀଷିମାନଙ୍କ ଜୀବନାଦର୍ଶ ସଂପର୍କରେ ଉପଦେଶ ଦେଇଥିଲେ। ଏହି ଉତ୍ସବରେ ଅଧ୍ୟକ୍ଷ ଶ୍ରୀ ସାହୁ ଖୁବ୍ କମ୍ଦିନରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟ କିଭଳି ରାଜ୍ୟସ୍ତରରେ ପ୍ରତିଷ୍ଠା ଲାଭ କରିଛି, ତାହା ସୂଚାଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା କୃତି ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ଅତିଥି ଓ ନିର୍ଦ୍ଦେଶକ ଅକ୍ଷୟ ନାରାୟଣ ଦାସ ପୁରସ୍କୃତ କରିଥିଲେ। ଶେଷରେ ଶିକ୍ଷକ ଲଲାଟେନ୍ଦୁ ଦାସ ଧନ୍ୟବାଦ ଅର୍ପଣ ପରେ ଛାତ୍ରଛାତ୍ରୀମାନଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସମସ୍ତଙ୍କ ମନ ମୋହିଥିଲା।
ଡ୍ରିମ୍ ଇଣ୍ଡିଆ ସ୍କୁଲର ଅଷ୍ଟମ ବାର୍ଷିକ ଉତ୍ସବ,ଛାତ୍ରଛାତ୍ରୀଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସମସ୍ତଙ୍କ ମନ ମୋହିଲା
????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????