Odiapua.com

ଡ୍ରିମ୍ସ ଆଇଡିଆଲ ରେସିଡେଣ୍ଟାଲ ସ୍କୁଲରେ ଗାନ୍ଧୀ-ଶାସ୍ତ୍ରୀ ଜୟନ୍ତୀ

ବାଲେଶ୍ୱର, ୨ା୧୦ (ଓଡ଼ିଆ ପୁଅ/ଅଭୟ ଦାସ) : ଡ୍ରିମ୍ସ ଆଇଡିଆଲ ରେସିଡେଣ୍ଟାଲ ସ୍କୁଲରେ ଆଜି ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି। ଏନେଇ ବିଦ୍ୟାଳୟ ପକ୍ଷରୁ କୋଭିଡ୍ ନିୟମ ପାଳନ ପୂର୍ବକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କବି କାଳୀପଦ ପଣ୍ଡା ଓ ବିଦ୍ୟାଳୟ ପରିଚାଳନା କମିଟି ସମ୍ପାଦକ ରୋଟାରିଆନ୍ ଭାବଗ୍ରାହୀ ମହାନ୍ତି ଏଥିରେ ବରେଣ୍ୟ ଅତିଥି ଭାବେ ଯୋଗଦେଇ ଗାନ୍ଧିଜୀ ଓ ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ଓ ନବ ଭାରତ ନିର୍ମାଣରେ ଦୁଇ ଦିବଂଗତ ମହାନ ବ୍ୟକ୍ତିତ୍ୱଙ୍କ ଅବଦାନ ସମ୍ପର୍କରେ ଅତିଥିମାନେ ବିସ୍ତୃତ ଆଲୋଚନା କରିଥିଲେ। ବିଦ୍ୟାଳୟର ପ୍ରତିଷ୍ଠାତା ଗଙ୍ଗାଧର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ପୁଷ୍ପିତା ମହାନ୍ତି, ରେହେନା ବେଗମ୍‌, ସତ୍ୟଭାମା ପ୍ରଧାନ, ଦୀପାଞ୍ଜଳି ଦାସ, ସ୍ମିତି ସୁଧା ଦାସ, ଦେବଶ୍ରୀ ଗିରି, ଆରାତୀ ରାଉଳ, କଳ୍ପନା ବାରିକ, ରୂପଶ୍ରୀ ବେହେରା, ସ୍ମିତିରେଖା ନାୟକ, କାବ୍ୟଶ୍ରୀ ସାହାଣୀ, ରଶ୍ମି ସିଂ, ଲକ୍ଷ୍ମୀଧର ପଣ୍ଡା, ଅରବିନ୍ଦ ହାତୀ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ।