Odiapua.com

ଡ୍ରାଇଭିଂ ସାମର୍ଥ୍ୟ ପରୀକ୍ଷା ଟ୍ରାକ ନିୟମାନୁସାରେ ନ ଥିବା ଅଭିଯୋଗ

କୋରାପୁଟ  ୧୮-୦୩(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲା ସଦର ମହକୁମାଠାରେ ଡ୍ରାଇଭିଂ ଲାଇନସେନସ ନିମନ୍ତେ ଆବେଦନ କରୁଥିବା ବ୍ୟକ୍ତିମାନଙ୍କ ଡ୍ରାଇଭିଂ ସାମ୍ୟର୍ଥ ପରୀକ୍ଷା ଦେବା ନିମନ୍ତେ ଆଂଚଳିକ ପରିବହନ ବିଭାଗର ନିଜସ୍ୱ ପଡିଆ ନ ଥିବାରୁ ଅସ୍ଥାୟୀ ଭାବେ ସରକାରୀ ହାଇସ୍କୁଲର ଖେଳ ପଡିଆକୁ ନିଆଯାଇ ପରୀକ୍ଷା କରାଯାଉଛି ।ଦୁଇଚକିଆ ନିମନ୍ତେ ନିୟମାନୁସାରେ  ଟ୍ରାକର ଦୈର୍ଘ୍ୟ୨୫ ମିଟର ରଖାଯାଇଥିବା ବେଳେ ଓସାର ୪ ଫୁଟ ରଖାଯାଇ ପରୀକ୍ଷା କରିବାକୁ କୁହାଯାଇଥିବା ବେଳେ କୋରାପୁଟରେ ଏପରି ବ୍ୟବସ୍ଥା କରାଯାଇ ନ ଥିବା ଅଭିଯୋଗ ହେଉଛି ।ସେହିପରି ୪ ଚକିଆ ନିମନ୍ତେ ଟ୍ରାକର ଦୈର୍ଘ୍ୟ ୩୦ରୁ ୩୫ ରଖିବାକୁ କୁହାଯାଇଥିବା ବେଳେ ଓସାର ୮ ଫୁଟ ରଖିବାକୁ ନିୟମ ରହିଥିବା ସତ୍ୱେ ଏଠାରେ ଟ୍ରାକ ଗୁଡିକ ଧାର୍ଯ୍ୟ ଦୈର୍ଘ୍ୟ ଓ ଓସାର ହିସାବରେ କରାଯାଇ ନ ଥିବା ଅଭିଯୋଗ ହେଉଛି । ଟ୍ରାକରେ ସିସିଟିଭି ସ୍ଥାପନ କରିବାକୁ ନିୟମ ରହିଥିବା ବେଳେ ଏଠାରେ ଅସ୍ଥାୟୀଭାବେ ଏକ ମାଟିଗଦାରେ ସିସିଟିଭି ରଖାଯାଇଥିବା ଦେଖିବାକୁ ମିଳିଥିଲା ।ରାଜ୍ୟ ସରକାର ନିର୍ଦ୍ଦେଶ ଦେବାପରେ ଆଜି ସିସିଟିଭି ସ୍ଥାପନ କରାଯାଇଥିବା ଏମଭିଆଇ ତୁଷାର ହେମ୍ରମ ସୂଚନା ଦେଇଛନ୍ତି ।ନିଜସ୍ୱ ପଡିଆ ନ ଥିବାରୁ ଅସ୍ଥାୟୀ ଭାବେ ଟ୍ରାକ କରାଯାଇଛି  ବୋଲି ସେ ସୂଚନା ଦେଇଛନ୍ତି ।ଜାଣିଶୂଣି ପରୀକ୍ଷା ଦେଉଥିବା ବ୍ୟକ୍ତିଙ୍କୁ ଫେଲ କରାଯାଉଥିବା ଅଭିଯୋଗକୁ ସେ ଅସ୍ୱିକାର କରିଥିଲେ ।ଏମଭି ନିୟମାନୁସାରେ ଟ୍ରାକ ନିର୍ମାଣ କରାଯାଇ ଲାଇସେନସ ନିମନ୍ତେ ବ୍ୟକ୍ତିମାନଙ୍କର ପରୀକ୍ଷା କରିବାକୁ ଦାବି ହେଉଛି ।