Odiapua.com

ଡ୍ରଗ ଇନସପେକ୍ଟରଙ୍କ ହାଟଡିହି ବ୍ଲକର ବିଭିନ୍ନ ଔଷଧ ଦୋକାନ ପରିଦର୍ଶନ

ହାଟଡ଼ିହି, ୧ । ୧୧ (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲାରେ ନୁତନକରି ଯୋଗଦେଇଥିବା ଡ୍ରଗସ ଇନସପେକ୍‌ଟର ତଥା ରାଉରକେଲାର ଏ.ଡି.ସି ଆଜାମଣୀ ମାରାଣ୍ଡି ଆଜି ହାଟଡିହି ବ୍ଲକର ଅନେକ ଔଷଧ ଦୋକାନ ପରିଦର୍ଶନ କରିବା ସହିତ ଦୋକାନର କାଗଜପତ୍ର ତଦାରଖ କରିଛନ୍ତି । ସେ ଆଜି ଶାଳଣିଆଁର ଶିବଶକ୍ତି ମେଡିସିନି ଷ୍ଟୋର, ରୁକ୍ମଣୀ ମେଡିସିନି ଷ୍ଟୋର, ବସନ୍ତିଆର ଶ୍ରୀ ଜଗନ୍ନାଥ ମେଡିସିନି ଷ୍ଟୋର, ଗଣପତି ମେଡିସିନି ଷ୍ଟୋର, ଛେନାପଦି ଛକରେ ଧବଳେଶ୍ୱର ଔଷଧ ଦୋକାନ, ଶ୍ରୀ ଗଣେଷ ଡିଷ୍ଟ୍ରୁବୁଟର ପ୍ରଭୃତି ଔଷଧ ଦୋକାନ ଗୁଡିକ ଉପରେ ଚଢ଼ାଉକରି ଆବଶ୍ୟକ କାଗଜପତ୍ର ତଦାରଖ କରିବା ସହିତ ବିକ୍ରୀ ହେଉଥିବା ବିଭିନ୍ନ ଔଷଧର ମାନ ତଦାରଖ କରିଥିଲେ ।