Odiapua.com

ଡିୟର ପାର୍କ ସମ୍ବଲପୁରରେ କୋଭିଡି -୧୯ ମୁକାବିଲା ପାଇଁ ସ୍ୱତନ୍ତ୍ର ପଦକ୍ଷେପ

ସମ୍ବଲପୁର ୨୩-୫ (ଓଡ଼ିଆ ପୁଅ/ସରୋଜ ସାହୁ): ସମ୍ବଲପୁର ସହର ମଧ୍ୟ ଭାଗରେ ରହିଛି ସହରବାସୀ ଙ୍କ ଚିତ୍ତ ବିନୋଦନ କରିବା ପାଇଁ ଏକ ସୁନ୍ଦର ମନୋରମ ଡିୟର ପାର୍କ। ଆଉ ଏହି ପାର୍କ ରେ ଚିତା ବାଘ ଠୁ ଆରମ୍ଭ କରି ଭାଲୁ, ହରିଣ, ସମ୍ବର, ବାର୍‌ହା, ମୟୁର ଆଦି ପ୍ରାୟ ୧୭ ପ୍ରକାର ଜୀବଜନ୍ତୁ ରହିଛନ୍ତି। ତେବେ କରୋନା ମହାମାରୀ ଯୋଗୁଁ ସାରା ଦେଶରେ ଲକ୍ ଡାଉନ ଜାରୀ ହେବା ଫଳରେ ଗତ ମାର୍ଚ୍ଚ ୧୬ ତାରିଖ ଠାରୁ ଆଜକୁ ୭୦ ଦିନ ହେବ ଏହି ପାର୍କ କୁ ସମ୍ପୂର୍ଣ ବନ୍ଦ କରି ଦିଆଯାଇଛି। କୋଭିଡ-୧୯ ର ମୁକାବିଲା ପାଇଁ ଏଠାରେ ଗ୍ରହଣ କରାଯାଇଛି ସ୍ୱତନ୍ତ ପଦକ୍ଷେପ। ପାର୍କ ଭିତରେ କାମ କରୁଥିବା ସମସ୍ତ କର୍ମଚାରୀ ଙ୍କୁ ମାସ୍କ ଓ ସାନିଟାଇଜର ଦେବା ସହ ସାମାଜିକ ଦୂରତ୍ୱ ବଜାୟ ରଖି ବାକୁ ତାଗିଦ କରିବା ଏବଂ ଏଠାରେ ରହୁ ଥିବା ପଶୁ ପକ୍ଷୀ ମାନଙ୍କ ନିୟମିତ ବ୍ୟବଧାନ ରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉ ଥିବା ହୀରାକୁଦ ବନ୍ୟ ପ୍ରାଣୀ ଖଣ୍ଡିୟ ବନାଧିକାରୀ ପ୍ରତାପ କୋଟାପଲ୍ଲୀ ପ୍ରକାଶ କରିଛନ୍ତି।