Odiapua.com

ଡିସେମ୍ବର ୧୫ରେ ଆଧାର ଅଭିଯୋଗ ଶିବିର

ଭଦ୍ରକ, ୧୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତା ୧୫.୧୨.୨୦୨୩ ରେ ଜିଲ୍ଲା ସଂସ୍କୃତି ଭବନ, ଭଦ୍ରକ (ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟ)ରେ ଆଧାରର ଅଭିଯୋଗ ଶିବିର ଅନୁଷ୍ଠିତ ହେବ । ଏହି ଶିବିରରେ ଆଧାର ସମ୍ପର୍କିତ ସମସ୍ତ ସମସ୍ୟା ଯଥା ଆଙ୍ଗୁଠି ଟିପ ସମସ୍ୟା, ଏକାଧିକ କାର୍ଡ଼, ଜନ୍ମ ତାରିଖ ସମସ୍ୟା ଆଦିର ସମାଧାନ ହେବ । ଏଣୁ ଉକ୍ତ ଶିବିରରେ ଯୋଗଦେଇ କାର୍ଯ୍ୟାଳୟ ସମୟ ଦିବା ୧୦ ଘଟିକାରୁ ଅପରାହ୍ନ ୫.୩୦ଘଟିକା ମଧ୍ୟରେ ନିଜର ଆଧାର ସମସ୍ୟା ସମାଧାନ କରାଇନେବାକୁ ଅନୁରୋଧ ।