Odiapua.com

ଡିସେମ୍ବର ୧୩ ରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ

ଭଦ୍ରକ, ୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାତୀୟ ଆଇନ ସେବା ପ୍ରାଧିକରଣ, ଦିଲ୍ଲୀ, ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକଙ୍କ ନିର୍ଦ୍ଦେଶ ଅନୁସାରେ ବାର୍ଷିକ କ୍ୟାଲେଣ୍ଡର- ୨୦ ୨୫ ଅନୁଯାୟୀ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ସହମତି କ୍ରମେ ଆଇନ ସେବା ପ୍ରାଧିକରଣ ସଚିବ ପୁଣ୍ୟ ଶ୍ଲୋକ ରଥ ସୂଚନା ଦେଇ ଛନ୍ତି ଯେ ଆସନ୍ତା ଡିସେମ୍ବର ମାସ ୧୩ ତାରିଖ ଦ୍ୱିତୀୟ ଶନିବାର, ଜିଲ୍ଲା ନ୍ୟାୟାଳୟ, ନଳାଙ୍ଗ, ଭଦ୍ରକରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଅଛି। ଏହି ରାଷ୍ଟ୍ରୀୟ ଲୋକ ଅଦାଲତର ସଫଳତା ନିମନ୍ତେ ଶ୍ରୀ ରଥ ବ୍ୟାଙ୍କ ଅଧିକାରୀ, ବୀମା ଅଧିକାରୀ, ଓକିଲ ମାନଙ୍କ ସହ ପ୍ରସ୍ତୁତି ବୈଠକ (ଆଭାସୀ) ମାଧ୍ୟମରେ ଆଲୋଚନା ସଂପାଦନ କରିଛନ୍ତି। ସ୍ୱେଚ୍ଛାସ୍ୱେୀ ମାନଙ୍କ ସହାୟତାରେ ଏହି ଲୋକ ଅଦାଲତର ସଫଳତା ନିମନ୍ତେ ପ୍ରଚାର ପତ୍ରିକା ବଂଟନ କରାଯାଇଥିଲା । ବିଚାରପତିମାନେ ଉକ୍ତ ରାଷ୍ଟ୍ରୀୟ ଲୋକ ଅଦାଲତ ରେ ଉପସ୍ଥିତ ରହି ପଞ୍ଜୀକୃତ ହୋଇ ଥିବା ଦେୱାନି, ଫୌଜଦାରୀ, ପାରିବାରିକ, ମୋଟର ଯାନ ଦୁର୍ଘଟଣଆ, ବ୍ୟାଙ୍କ ଋଣ ଜନିତ ମାମଲା ଗୁଡ଼ିକର ଫଇସଲା କରିବେ ଓ ତେଣୁ, ଦରିଦ୍ର, ଅବହେଳିତ ତଥା ଅସହାୟ ଲୋକେ ଏହି ଅଦାଲତ ରେ ବିନା ମୂଲ୍ୟରେ ନ୍ୟାୟ ପାଇ ପାରିବେ। ଲୋକ ଅଦାଲତ ମାଧ୍ୟମ ରେ ଅସମାହିତ ମୋକଦ୍ଦମା ଗୁଡ଼ିକର ଫୈସଲା କରାଯିବ। ଏହାର ସୁବିଧା ଯେପରି ଲୋକମାନେ ପାଇ ପାରିବେ ଓ ଏହାର ପ୍ରଚାର ପ୍ରସାର ମାଧ୍ୟମ ରେ ଅଧିକରୁ ଅଧିକ ଲୋକ ଉପକୃତ ହୋଇ ପାରିବେ, ସେଥି ପାଇଁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷ ରୁ ପ୍ରଚେଷ୍ଟା ଜାରି ରଖିଛନ୍ତି। ଜନ ସାଧାରଣ କୌଣସି ଦ୍ୱନ୍ଦ ବା ଭୟଭୀତ ନ ହୋଇ ଏହାର ସୁଯୋଗ ନେବାକୁ କୁହା ଯାଇଛି। ଏହା ଦ୍ୱାରା ଲୋକ ଉପକୃତ ହୋଇ ପାରିବେ ବୋଲି ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ଶ୍ରୀ ପୁଣ୍ୟ ଶ୍ଲୋକ ରଥ ଆଶା ପୋଷଣ କରିଛନ୍ତି।