Odiapua.com

ଡିମିରିଆ-ଜମ୍ଭରା ରାସ୍ତାର ଦୁରାବସ୍ଥା

ହାଟଡିହି -୨୦। ୮ (ଓଡ଼ିଆ ପୁଅ) : ହାଟଡିହି ବ୍ଲକ ଡିମିରିଆ ଠାରୁ ଜମ୍ଭରା ଯାଇଥିବା ମୁଖ୍ୟ ରାସ୍ତାଟି ପାଣି କାଦୁଅରେ ବିପର୍ଯ୍ୟସ୍ଥ ହୋଇପଡିଛି। ହାଇସ୍କୁଲ ଠାରୁ ଗାଁ ପର୍ଯ୍ୟନ୍ତ ଯାଇଥିବା ଏହି ରାସ୍ତାଟି ଉପରେ ଶତାଧିକ ପରିବାର ନିର୍ଭର କରୁଥିବାବେଳେ ରାସ୍ତାରେ ଆଣଣ୍ଠୁଏ ବହଳର କାଦୁଅ ଯୋଗୁଁ ଲୋକମାନେ ଯିବା ଆସିବା କ୍ଷେତ୍ରରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ଗ୍ରାମବାସୀମାନେ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରୁଥିଳେବି କୌଣସି ସୁଫଳ ମିଳି ନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।