Odiapua.com

ଡିଭାଇଡରକୁ ଧକ୍କା ଦେଲା ବାଇକ, ଜଣେ ମୃତ୍ୟୁ, ଜଣେ ଆହତ

ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଗ୍ରାମାଂଚଳ ଥାନା ଅନ୍ତର୍ଗତ ୧୬ନମ୍ୱର ଜାତୀୟ ରାଜପଥର ଖେମକା ଛକ ନିକଟରେ ଏକ ବାଇକ ଦୁର୍ଘଟଣା ଘଟିବା ଫଳରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟଜଣେ ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଆଜି ଅପରାହ୍ନ ୧୨ଟା ବେଳେ ଭଦ୍ରକରୁ ରାଣୀତାଲ ଆଡ଼କୁ ଦୁଇ ସାଙ୍ଗ ରବୀନ୍ଦ୍ର ଦାସ ଓ ମନୋଜ ଜେନା ଏକ ବାଇକ ଓଡି ୨୨ଜି ୩୬୧୩ ଯୋଗେ ଦୃତଗତିରେ ଯାଉଥିବା ବେଳେ ଗାଡିଟି ରାସ୍ତାର ବାମ ପଟ ଡିଭାଇଡରକୁ ବାଡେଇ ଦୂରକୁ ଛିଟିକି ପଡିଥିଲା! ଗାଡି ଚାଳକ ଓ ଆରୋହୀ ଦୁଇଜଣ ଗାଡ଼ିରୁ ଛିଟିକି ପଡ଼ିଥିବା ବେଳେ ମୁଣ୍ଡର ପଛ ପାଖ ମାଡ଼ ଯୋଗୁ ଘଟଣା ସ୍ଥଳରେ ରବୀନ୍ଦ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ମନୋଜକୁ ଭଦ୍ରକ ଡାକ୍ତରଖାନାରେ ଭର୍ତି କରାଯାଇଛି! ଏହି ଦୁଇଜଣ ଭଦ୍ରକ ପୌରପାଳିକା ଅନ୍ତର୍ଗତ କୁଆଁସର ଯୁବକ ବୋଲି ଜଣାପଡିଛି!