Odiapua.com

ଡିଜେଲ,ପେଟ୍ରୋଲ ମୂଲ୍ୟବୃଦ୍ଧି ପ୍ରତିବାଦ କରି ମିଳିତ ବାମପନ୍ଥୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ

ଭଦ୍ରକ, ୩୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାରା ବିଶ୍ୱରେ କରୋନା ମହାମାରୀରେ ଜରାଗ୍ରସ୍ତଥିବାବେଳେ ଆମ ଦେଶର କେନ୍ଦ୍ର ସରକାର ଦେଶରେ ବାରମ୍ବାର ଡିଜେଲ,ପେଟ୍ରୋଲର ମୂଲ୍ୟବୃଦ୍ଧି କରିବା ସାଧାରଣ ଜନତାଙ୍କ ଉପରେ ବେଡି ଉପରେ କୋରଡା ମାଡ ହୋଇଛି । କରୋନା ମହାମାରୀ ସମୟରେ ଶ୍ରମଜୀବି , କୃଷକ, ଖଟିଖିଆ ମେହନତୀ ମଣିଷମାନେ ବଂଚିବା ସହ ଜୀବନ ଜୀବିକାରେ ସଂଗ୍ରାମ କରୁଥିବାବେଳେ ସରକାର ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟବୃଦ୍ଧି ଏବଂ ପେଟ୍ରୋଲ ଓ ଡିଜେଲ ଅହେତୁକ ମୂଲ୍ୟବୋଧ ରେକର୍ଡ ସୃଷ୍ଟି କରିଛି । କ୍ରମାଗତ ଭାବରେ ଦେଶରେ ତେରଥର ତୈଳବୃଦ୍ଧି ହୁହୁ ହୋଇବଢିଚାଲିଛି । ଆନ୍ତଜାର୍ତିକ ବଜାରରେ ଅଶୋଧିତ ତେଳଦର ଳଗାତର କମୁଥିବାବେଳେ ଆମଦେଶରେ କେନ୍ଦ୍ର ଓ ରାଜ୍ୟ ସରକାର ତୈଳଦର ନିୟନ୍ତଣ କରିବାରେ ବିଫଳ ହୋଇଛି । ଏହିଭଳି ଏକ ଦାରୁଣ ମହାମାରୀ ବିପଦ ସମୟରେ ତେଳ ଦରବୃଦ୍ଧି ଫଳରେ ଦରଦାମ ବୃଦ୍ଧି ସହ ପରିବହନରେ ବାଧା ସୃଷ୍ଟି କରୁଛି । କେନ୍ଦ୍ର ଓ ରାଜ୍ୟସରକାର ଏକାବନ ଟଙ୍କାରୁ ଅଧିକ ଅବକାରୀ ଟିକସ ଓ ଭାଟ ବଢାଇବା ଦ୍ୱାରା ତେଳଦର ବଢିବା ଦ୍ୱାରା ମୋଦି ସରକାର ଅଠର ଲକ୍ଷ କୋଟିଟଙ୍କା ସାଧାରଣ ଲୋକମାନଙ୍କ ଅର୍ଥକୁ ଲୋଟିନେଲାଣି ବୋଲି ବାମପନ୍ଥ୍ରୀ ଦଳପକ୍ଷରୁ ଦାବୀ କରାଯାଇଛି । ତୁରନ୍ତ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସର ଭୁକ୍ତ କରିବା ସହ ମାତ୍ରାଧିକ ଟିକସକୁ ପ୍ରତ୍ୟାହାର କରିବା ଦାବୀରେ ଆଜି ଭଦ୍ରକ ଜିଲ୍ଲାପାଳଙ୍କ ଦପ୍ତର ଆଗରେ ମିଳିତ ବାମପନ୍ଥୀ ସଂଗଠନ ସିପିଆଇ,ସିପିଆଇ(ଏମ), ସିପିଆଇ(ଏମ୍‌-ଏଲ୍‌)ଲିବରେସନ୍ ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲାଏହିପ୍ରତିବାଦସଭାରେବାମପନ୍ଥ୍ରୀନେତା ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ଦିବ୍ୟସିଂହ ନାୟକ, ସମର ବଳ,ରାଧା ଦାସ, ବିନୋଦ ସାହୁ,ବିମ୍ବାଧର ବାରିକ୍‌, ସଂଗ୍ରାମ ବଳ,ଜୟନ୍ତୀ ବିଶ୍ୱାଳ, ସୁବ୍ରତ କୁମାର ନାୟକ,ସେକ ୍‌ଦାର,ସେକ୍ କାଲୁ, ସେକ୍ ଫିରଜ,ଅବଦୁଲ ରହେମାନ,ମୂରଲୀଧର ନାୟକ, ସନାତନ ନାୟକ, ଗାୟତ୍ରୀ ବେହେରା, ଜଗନ୍ନାଥ ବେହେରା, ଦୀନବନ୍ଧୁ ବେହେରା, ରମାକାନ୍ତ ଦାଶ, ଭରତ କୁମାର ଜେନା,ଆନନ୍ଦ ଜେନା, କୈଳାସ ଜେନା, ପୂର୍ଣ୍ଣଚନ୍ଦ୍ର ଦାସ, ଅରୁଣ ଜେନା,ଗଣେଷ ଜେନା,ହୃଷିକେଶ ଦାସ,ସାନିଗୋ ମାରଣ୍ଡି,ଲକ୍ଷୀ ମୁଣ୍ଡା,ହେମଲାତା ବେହେରା,ପ୍ରହଲ୍ଲାଦ ବେହେରା ପ୍ରମୁଖ ଯୋଗ ଦେଇ ଏହି ଅନ୍ଦୋଳନରେ ନେତୃତ୍ୱ ନେଇ ଥିଲେ ।