Odiapua.com

ଡିଏଭି ପବ୍ଲିକ ସ୍କୁଲରେ ସ୍ୱାଧୀନତା ଦିବସ ଉତ୍ସବ

କେନ୍ଦ୍ରାପଡ଼ା, ୧୬ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁର ଡାକବଙ୍ଗଳା ଛକ ସ୍ଥିତ କେନ୍‌ଦ୍ରାପଡା ଡିଏଭି ପବ୍ଲିକ ସ୍କୁଲରେ ୭୬ତମ ସ୍ୱାଧୀନତା ଦିବସ ଓ ଆଜାଦୀ କି ଅମୃତ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍କୁଲର କୁନୁ କୁନି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତାର ଆୟୋଜନ କରାଯାଇଥିଲା। ସ୍କୁଲର ଅଧ୍ୟକ୍ଷ ରଞ୍ଜନ କୁମାର ବିଶ୍ୱାଳ ଜାତୀୟ ପତାକା ଉତ୍ତୋଳନ କରି ଆଜିର ସ୍ୱାଧୀନତା ପଛରେ ଥିବା ମହାପୁରୁଷମାନଙ୍କର ତ୍ୟାଗ ଓ ବଳିଦାନ ଉପରେ ଆଲୋକପାତ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରିୟଙ୍କା ପ୍ରିୟଦର୍ଶିନୀ, ନମ୍ରତା ଆଚାର୍ଯ୍ୟ, ଦେବଶ୍ରୀ ମହାନ୍ତି, ଅନ୍ୱେଷା ପାତ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଛାତ୍ରୀମାନଙ୍କ ମଧ୍ୟରେ ପ୍ରିୟଙ୍କା ପ୍ରିୟଦର୍ଶିନୀ, ଶ୍ରେୟା ସ୍ଥିତି ବେହେରା, ହିମାନି ଦାସ, ପ୍ରିତିପ୍ରଜ୍ଞା ମଲ୍ଲିକ, ଆଞ୍ଚଲ ନାୟକ, ଗାୟତ୍ରୀ ଜେନା, ଦିପ୍ତିପ୍ରଜ୍ଞା ପରିଡା, ତୃପ୍ତି ସାମଲ, ସାୟେଦା ସାଫିଆ ଆଫ୍ରୋଜ, ରେଶ୍ମୀ ଖାତୁନ ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଚିନ୍ମୟୀ ଦାଶ, ଗାୟତ୍ରୀ ବାରିକ, ସୁଭଦ୍ରା ନାୟକ, ପ୍ରଭାସିନୀ ମହାନ୍ତି, ସୋନାଲି ରାଉତ, ସୁପ୍ରିୟା ବେହେରା, ମମତା ଲେଙ୍କା ପ୍ରମୁଖ ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ଶିକ୍ଷୟିତ୍ରୀ ଏକ ନାଗରତ୍ନମ ଧନ୍ୟବାଦ ଅର୍ପଣ କରିଥିଲେ।