Odiapua.com

ଡିଏଭି ପବ୍ଲିକ ସ୍କୁଲରେ ରକ୍ଷା ବନ୍ଧନ ଉତ୍ସବ ପାଳିତ

କେନ୍ଦ୍ରାପଡ଼ା, ୧୦ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁରସ୍ଥିତ ଡିଏଭି ପବ୍ଲିକ ସ୍କୁଲରେ ରକ୍ଷା ବନ୍ଧନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ କୁନି କୁନି ଛାତ୍ରଛାତ୍ରୀମାନେ ନିଜେ ପ୍ରସ୍ତୁତ କରିଥିବା ରାକ୍ଷୀକୁ ତାଙ୍କ ସହପାଠୀଙ୍କ ହାତରେ ବାନ୍ଧିଥିଲେ। ପରମ୍ପରା ଅନୁଯାୟୀ ଧୂପ, ଦୀପରେ ବନ୍ଦାପନା କରିବା ସହ ମୁଣ୍ଡରେ ଚନ୍ଦନର ତିଲକ ଲଗାଇଦେଇ ରକ୍ଷା ବନ୍ଧନ ଉତ୍ସବ ପାଳନ କରିଥିଲେ। ଆଧୁନିକ ସମାଜରେ ପାରମ୍ପରିକ ପ୍ରଥା ପ୍ରତି ବିଦ୍ୱେଶ ଭାବ ଜାଗ୍ରତ ହେଉଥିବା ବେଳେ ପିଲାମାନଙ୍କ ମଧ୍ୟରେ ପରମ୍ପରାକୁ ନେଇ ବିଶେଷ ଆଗ୍ରହ ପ୍ରକାଶ ପାଇଥିଲା। ଏହି କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ରିନୁ ମହାନ୍ତି, ସୋନାଲି ରାଉତ, ସୋନି ବେହେରା, ସୁଭଦ୍ରା ନାୟକ, ପ୍ରଭାସିନି ମହାନ୍ତି, ଚିନ୍ମୟୀ ଦାଶ, ଶୁଭଶ୍ରୀ ସୁତାର ପ୍ରମୁଖ ପରିଚାଳନା କରିଥିବା ସ୍କୁଲ ଅଧ୍ୟକ୍ଷ ରଞ୍ଜନ କୁମାର ବିଶ୍ୱାଳ ସୂଚନା ଦେଇଛନ୍ତି।