Odiapua.com

ଡିଆରଡିଓ ପକ୍ଷରୁ ପ୍ରଯୁକ୍ତି ପ୍ରଦର୍ଶନକାରୀ କ୍ଷେପଣାସ୍ତ୍ର ଉତକ୍ଷେପଣ

ଭୁବନେଶ୍ୱର ୧୨ ଜୁନ୍ (ଓଡ଼ିଆ ପୁଅ) ଭବିଷ୍ୟତର ଅଭିଯାନ ଲାଗି ଏକାଧିକ ଜଟିଳ ପ୍ରଯୁକ୍ତିକୁ ପ୍ରମାଣ କରିବା ଉଦ୍ଦେଶ୍ୟରେ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ଆଜି ଓଡ଼ିଶା ଉପକୂଳ ସ୍ଥିତ ଡ. ଅବଦୁଲ କାଲାମ ଦ୍ୱୀପରୁ ପ୍ରଯୁକ୍ତି ପ୍ରଦର୍ଶନକାରୀ କ୍ଷେପଣାସ୍ତ୍ର ଉତକ୍ଷେପଣ କରାଯାଇଛି।

ଆଜି ପୂର୍ବାହ୍ନ ୧୧ଟା ୨୭ ମିନିଟ୍ ସମୟରେ ଏହି କ୍ଷେପଣାସ୍ତ୍ରକୁ ସଫଳତା ପୂର୍ବକ ଉତକ୍ଷେପଣ କରାଯାଇଥିଲା। ଉତକ୍ଷେପଣ ସମୟରେ ଏକାଧିକ ରାଡାର, ଟେଲିମେଟ୍ରି ଷ୍ଟେସନ ଏବଂ ଇଲେକ୍ଟ୍ରୋ ଅପ୍ଟିକାଲ ଟ୍ରାକିଂ ସେନ୍ସର ଏହି ଯାନକୁ ନିରୀକ୍ଷଣ କରିଥିଲେ। ଏହାର ସବିଶେଷ ତଥ୍ୟ ସଂଗ୍ରହ କରାଯାଇଛି ଏବଂ ଜଟିଳ ପ୍ରଯୁକ୍ତିକୁ ମାନ୍ୟତା ଦେବା ଲାଗି ଏହାର ସମୀକ୍ଷା କରାଯିବ।