Odiapua.com

ଡାଲିଯାତୀୟ ଫସଲ ରେ କ୍ଷେତ୍ର ଦିବସ ରେ ଚାଷୀଙ୍କୁ ସଚେତନ

ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର କୃଷି ବିଭାଗ ପକ୍ଷରୁ ପତିତ ଜମିରେ ଡାଲି ଜାତୀୟ ଫସଲ ପ୍ରଦର୍ଶନ ର କ୍ଷେତ୍ର ଦିବସ ରେ ଚାଷୀଙ୍କୁ ଡାଲି ଜାତୀୟ ଫସଲ ଉପରେ ସଚେତନ କରାଯିବା ସହ କ୍ଷେତ୍ର ଦିବସ ପାଳିତ ହୋଇଥିଲା। ଚାଷୀ କିପରି ସରକାର ଙ୍କ ଯୋଜନା ରେ ସାମିଲ ହୋଇ ଡାଲି ଜାତୀୟ ଚାଷ କରି ଲାଭ ବାନ ହୋଇପାରିବେ ସେ ଦିଗରେ ପରାମର୍ଶ ଦିଆ ଯାଇଥିଲା ଏହି କାର୍ଯ୍ୟକ୍ରମ ରେ ବ୍ଲକ କୃଷି ଅଧିକାରୀ ଅନୁରାଧା ପଣ୍ଡା ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।ଏଥିରେ ଜିଲ୍ଲା କୃଷି ଅଧିକାରୀ ଦିଜ୍ୱର ସେଠୀ , ଦୋବଲ ସରପଂଚ ଅଶୋକ କୁମାର ପଣ୍ଡା,ପଞ୍ଚାୟତ କୃଷି ଅଧିକାରୀ ଗୋଲଭି ମାରାଣ୍ଡି, ସି ଆର ପି ରବୀନ୍ଦ୍ର ସେଠୀ ପ୍ରମୁଖ ଯୋଗ ଦେଇ ଚାଷର ଲାଭବାନ ସମ୍ପର୍କରେ ଉପସ୍ଥିତ ଚାଷୀ ଙ୍କୁ ସୂଚନା ପ୍ରଦାନ କରିଥିଲେ। ବ୍ଲକସହକାରି କୃଷି ଅଧିକାରି ଦେବାଶିଷ ତ୍ରିପାଠୀସୂଚନା ପ୍ରଦାନ କରିବା ସହ ଧନ୍ୟବାଦ୍ ଅର୍ପଣ କରିଥିଲେ।