Odiapua.com

ଡାକ ଯୋଗେ ଘରେ ପହଂଚିବ ଜମିପଟ୍ଟା

କୋଲାବିରା, ୨୩।୧୨(ଓଡ଼ିଆ ପୁଅ/ନିଶିତ କୁମାର ବହିଦାର) କୋଲାବିରା ତହସିଲ ପକ୍ଷରୁ ଡାକ ଯୋଗେ ହିତାଧିକାରୀଙ୍କୁ ଜମିପଟ୍ଟା ବଂଟନ ପ୍ରକ୍ରିୟା ଶୁକ୍ରବାର ଆରମ୍ଭ ହୋଇଯାଇଛି। ତହଶିଲଦାର ସଂଜିବ କୁମାର ପଟେଲ ଙ୍କ ଉଦ୍ୟମ କ୍ରମେ ବ୍ଲକରେ ପ୍ରଥମ କରି ଏହି ସେବା ଆରମ୍ଭ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଡାକ ଯୋଗେ ପଟ୍ଟା ବଂଟନ କରାଯାଇଛି। ଏଣିକି ପଟ୍ଟ ପାଇଁ ରାଜସ୍ୱ ନିରୀକ୍ଷକ ଓ ତହସିଲ ଆସିବାକୁ ପଡିବ ନାହିଁ ବୋଲି କୁହାଯାଉଛି।