ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶ୍ୱ ଯୋଗ ଦିବସ ଅବସରରେ ଡାକ ବିଭାଗ ଆନୁକୁଲ୍ୟରେ ମୋହର ରବ୍ଦିକରଣ ଓ ଉଦ୍ଘାଟନ ଅନୁଷ୍ଠିତ ହୋଇ ଯାଇଛି । ଏଥି ନିମନ୍ତେ ଭଦ୍ରକ ଡାକ ମଣ୍ଡଳ ଓ ଭଦ୍ରକ ମୁଖ୍ୟ ଡାକଘର ମିଳିତ ସହଯୋଗରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା । ଭଦ୍ରକ ମୁଖ୍ୟ ଡାକଘର ପ୍ରାଙ୍ଗଣରେ ଅଧୀକ୍ଷକ ବିଜୟ କୁମାର ମହାନ୍ତିିଙ୍କ ଉପସ୍ଥିତିରେ ଶାନ୍ତନୁ କୁମାର ଦାଶ ଯୋଗଶିକ୍ଷା ଓ ଯୋଗାଭ୍ୟାସ କରାଯାଇଥିଲେ । ମୁଖ୍ୟ ଡାକଘରର ପୋଷ୍ଟମାଷ୍ଟର ଅନିରୁଦ୍ଧ ମହାପାତ୍ରଙ୍କ ଉପସ୍ଥିତିରେ ମୋହରର ରବ୍ଦିକରଣ କରାଯାଇ ଡାକରେ ଆସିଥିବା ଓ ଡାକରେ ଯିବାକୁ ଥିବା ସମସ୍ତ ଚିଠି ଉପରେ ଅବସ୍ଥାପିତ କରାଯାଇଥିଲା । ଏହି ଅବସରରେ ଡାକ ଟିକେଟ ସଂଗ୍ରହକାରୀ କିଛି ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଡାକଘର ପରିସରରେ ବିଭିନ୍ନ ଔଷଧୀୟ ଚାରା ରୋପଣ କରାଯାଇଥିଲା । ଡାକ ଅଧୀକ୍ଷକ ଡାକ କର୍ମଚାରୀଙ୍କୁ ‘ଆୟୁଷ ମନ୍ତ୍ରାଳୟ’ ମାଧ୍ୟମରେ ଶପଥପାଠ କରାଇଥିଲେ । ବିଶ୍ୱ ଯୋଗ ଦିବସର ସଫଳ ରୂପାୟନ ପାଇଁ ଭଦ୍ରକ ଡାକମଣ୍ଡଳ ପକ୍ଷରୁ ଅଧୀକ୍ଷକ ଶ୍ରୀଯୁକ୍ତ ମହାନ୍ତି ସମସ୍ତଙ୍କୁ ସାଧୁବାଦ ଅର୍ପଣ କରିଥିଲେ ।