Odiapua.com

ଡାକ୍ତର ସିଦ୍ଧାର୍ଥ ଦାଶ ଜିଲା ମୁଖ୍ୟ ଚିକିତ୍ସାଳୟରେ ଯୋଗଦେଲେ

ନୟାଗଡ଼, ୧୩ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ସିଦ୍ଧାର୍ଥ ଦାଶ (ଭେଷଜ ବିଭାଗ)ଯୋଗଦାନ କରିଛନ୍ତି। କିଛିବର୍ଷ ପୂର୍ବେ ଡାକ୍ତର ଦାଶ ଏହି ଡାକ୍ତରଖାନାରେ ଅବସ୍ଥାପିତ ଥିଲାବେଳେ ରୋଗୀ ସେବାରେ ବେଶ୍ ସୁନାମ ଅର୍ଜନ କରିଥିଲେ। ଡାକ୍ତର ଦାଶଙ୍କ ଉନ୍ନତ ରୋଗୀସେବାକୁ ନେଇ ବହୁ ରୋଗୀ ଓ ସେମାନଙ୍କର ସମ୍ପର୍କୀୟ ଅଭାବ ଅନୁଭୂତ କରୁଥିବାବେଳେ ଏବେ ଡାକ୍ତର ସିଦ୍ଧାର୍ଥ ଦାଶଙ୍କ ନୟାଗଡ଼ ମୁଖ୍ୟ ଡାକ୍ତରଖାନାରେ ପୁନର୍ବାର ଯାଗଦାନ କରିବାକୁ ନେଇ ଖୁସି ପ୍ରକଟ କରିଛନ୍ତି।