ଭଦ୍ରକ, ୧୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଡାକ୍ତର ମାନେ ପୃଥିବୀରେ ଦ୍ୱିତୀୟ ଇଶ୍ୱର । କୋଭିଡ ସଂକ୍ରମଣ ସମୟରେ ନିଜ ଜୀବନକୁ ଖାତିର ନ କରି ରୋଗୀମାନଙ୍କ ସେବାକରିବା ସହ କୋଭିଡ ସଂକ୍ରମଣରୁ ଜଗତକୁ ଉଦ୍ଧାର କରିବା ପାଇଁ ଡାକ୍ତରମାନଙ୍କ ଭୂମିକା ଅତୁଳନିୟ । ରୋଟାରୀକ୍ଲବ ଭଦ୍ରକ ଦ୍ୱାରା କୋଭିଡ ଯୋଦ୍ଧା ଭାବରେ ୪୨ଜଣ ଉତ୍ସର୍ଗିକୃତ ଡାକ୍ତରଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ଅବସରରେ ଉପସ୍ଥିତ ଅତିଥିମାନେ ଏହା ପ୍ରକାଶ କରଛନ୍ତି । ସାଳନ୍ଦୀ ହସ୍ପିଟାଲ୍ ପରିସରରେ କ୍ଲବର ସଭାପତି ରୋଟାରିଆନ ଇଂ.ବସନ୍ତ ପାଣିଗ୍ରାହିଙ୍କ ସଭାପତିତ୍ୱ ଓ ପ୍ରଭାସ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଭଦ୍ରକ ଜିଲ୍ଲା ଜଜ୍ ଶିଶିର କୁମାର ରଥ ମୁଖ୍ୟ ଅତିଥିରୂପେ ଯୋଗଦେଇ ଥିଲେ । ରୋ. ଗୟାଧର ପଣ୍ଡା ରୋଟାରୀ ସଂଗଠନର ଇଚ୍ଛିବୃତ୍ତି ପ୍ରଦାନ କରିଥିବାବେଳେ ଅଧିବକ୍ତା ତୁଷାରକାନ୍ତି ମହାନ୍ତି ମୁଖ୍ୟ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ।ଏହି ଅବସରରେ କ୍ଲବର ଆସିଷ୍ଟାଂଟ ଗଭର୍ଣର ଅତିଶ କୁମାର ବେହେରା, ପୂର୍ବତନ ଡି.ଏସ୍.ଜି. ଶିଶିର କୁମାର ମିଶ୍ରଙ୍କ ଉପସ୍ଥିତିରେ ଡା.ରବିନ୍ଦ୍ରକୁମାର ନାୟକ, ଡା.ପ୍ରଭାସ କୁମାର ମହାନ୍ତି, ଡା. ଗୌରଚନ୍ଦ୍ର ଜେନା, ଡା.ଅଧର କୁମାର ନାୟକ, ଡା.ହରେକୃଷ୍ଣ ନାୟକ,ଡା.ଦୁର୍ଯ୍ୟୋଧନ ଦାସ, ଡା.ଝସକେତନ ମହାନ୍ତିଙ୍କ ସମେତ ୪୨ଜଣ ଡାକ୍ତରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କ୍ଲବର ସଂପାଦକ ଇଂ.ଅମ୍ବିକା ବଲ୍ଲଭ ସ୍ୱାଇଁ ରୋଟାରୀ କ୍ଲବ ଭଦ୍ରକ ଦ୍ୱାରା କାରାଯାଇଥିବା କାର୍ଯାବଳୀର ତଥ୍ୟ ପ୍ରଦାନ କରିବା ଅବସରରେ କ୍ଲବର ସୁବର୍ଣ ଜୟନ୍ତୀ ପାଳନରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ କ୍ଲବର ସମସ୍ତ ସଦସ୍ୟ/ସଦସ୍ୟାଙ୍କ ସମେତ ରୋଟାରୀ କ୍ଲବ ମିଡଟାଉନ୍ ସଦସ୍ୟ ଓ ଭଦ୍ରକର ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ ।