Odiapua.com

ଡାକ୍ତର ପରିଚୟ ଦେଇ ନିରିହ ଆଦିବାସୀଙ୍କୁ ଚିକିତ୍ସା କରିବା ନାମରେ ଠକୁଥିବା ଦୁଇ କ୍ୱାକ ଗିରଫ

ମାଲକାନଗିରି,୧୫ ।୬ (ଓଡିଆ ପୁଅ )ମହାମାରି କରୋନା ସମୟରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ଗ୍ରାମର ନିରିହ ଆଦିବାସୀ ଙ୍କୁ ଡାକ୍ତର ପରିଚୟ ଦେଇ ଚିକିତ୍ସା କରିବା ନାମରେ ଟଙ୍କା ଠକିନେଉଥିବା ଅଭିଯୋଗରେ ଦୁଇଜଣ କ୍ୱାକ ଙ୍କୁ ମାଲକାନଗିରି ଥାନାପୁଲିସ ଆଜି ଗିରଫ କରିଛି । ମାଲକାନଗରି ଥାନାସ୍ଥ ଏମଭି୧୩ ଗ୍ରାମର ନିର୍ମଳ ବିଶ୍ୱାସ ଓ ଅତନୁରାୟ ନାମକ ଦୁଇଜଣ ବ୍ୟକ୍ତି କରୋନା କାଳ ସମୟରେ ବିଭିନ୍ନ ଗ୍ରାମକୁ ଯାଇ ନିରିହ ସରଳ ଆଦିବାସୀ ବିଭିନ୍ନ ରୋଗି ମାନଙ୍କୁ ନକିଲି ଔଷଧ,ଇଜେଂକେସନ ଦେବା ଓ ଦୋକାନରୁ କିଣି ଆଣିବା,ରକ୍ତ ମଳ, ମୂତ୍ରପରୀକ୍ଷା ବାହରୁ କରିବାର ଆଳ ଦେଖାଇ ଆଦି ଚିକିତ୍ସା କରିବା ନାମରେ ଟଙ୍କା ଠକି ଚାଲିଥିଲେ । କରୋନା ସମୟରେ ଗାଁ ଗାଁରେ ବିଭିନ୍ନ ରୋଗି ଙ୍କ ସହିତ କରୋନା ମହାମାରିରୁ ସୁରକ୍ଷିତ ରହିବାପାଇଁ କିଛି ଔଷଧ ଦେଇ ଲୋକମାନଙ୍କୁ ଠକିଥିବାର ମଧ୍ୟ ଅଭିଯୋଗ ଆସିଥିଲା । ଅନଭିଜ୍ଞ କ୍ୱାକ ମାନଙ୍କ ଚିକିତ୍ସାରେ ରୋଗି ଭଲ ହେବା ପରିବର୍ତେ ସେମାନଙ୍କ ରୋଗ ଅଧିକ ବଢିଯାଉଥିଲା । ଶେଷ ସମୟରେ ସେହି ରୋଗି ମାନଙ୍କ ପରିବାର ହସପିଟାଲକୁ ଆଣି ଚିକିତ୍ସାକରୁଥିଲେ । ଏପରି ଅଭିଯୋଗ ମାଲକାନଗିରି ଥାନାକୁ ଆସିବାପରେ ମାଲକାନଗିରି ଥାନା କେସନମ୍ବର ୨୦୫/୨୧ ରେ ଭାରତୀୟ ପିଙ୍ଗଳକୋର୍ଡ ୪୧୯/୫୨୦/୩୮୪/୩୪ ଦଫାରେ ମକୋଦମା ରୁଜୁକରାଯାଇ ଥିଲା । ମାଲକାନଗିରି ଏସପି ରିଶିକେଶ ଡି ଖିଲାରୀ ଙ୍କ ନିର୍ଦ୍ଦେଶ କ୍ରମେ ଆଦର୍ଶ ଥାନା ଆଇଆଇସି ରାମପ୍ରସାଦ ନାଗଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୁଲିସ ସ୍କାର୍ଡ ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ କରି ସେ ଦୁଇଜଣ କ୍ୱାକମାନଙ୍କୁ ଖୋଜା ଚାଲିଥିଲା । ଆଜି କ୍ୱାକ ଦୁଇଜଣ ନିର୍ମଳ ବିଶ୍ୱାସ ଓ ଅତନୁ ରାୟ ଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିବାର ଜଣାପଡିଛି ।