Odiapua.com

ଡାକ୍ତର ଖାନାରେ ଜଣେ ଅକ୍ରାନ୍ତ ଚିହ୍ନଟ ହେବାରୁ ୭ ଦିନ ବନ୍ଦ ଘୋଷଣା

ବଲାଙ୍ଗୀର, ୩୦-୦୮(ଓଡ଼ିଆ ପୁଅ) ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ଡାକ୍ତରଖାନାରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଡାକ୍ତର ଖାନାକୁ ୭ ଦିନ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ତେବେ ୧୧ ଦିନ ମଧ୍ୟରେ ୨୬ଜଣ କରୋନା ଚିହ୍ନଟ ହୋଇଥିବା ଡାକ୍ତର ସମରେନ୍ଦ୍ର ମହାପାତ୍ର କହିବା ସହିତ ଡାକ୍ତରଖାନା ବନ୍ଦ ଥିଲେ ମଧ୍ୟ ଅତି ଜୁରୁରୀ ସେବା ଯୋଗାଇ ଦେବା ପାଇଁ ଡାକ୍ତର ମାନେ ଉପସ୍ଥିତ ଥିବା କହିଛନ୍ତି। ପ୍ରକାଶ ଥାଉକି ଯେ ସଇଁନ୍ତଳା ବ୍ଳକରେ ଅନେକ ଗ୍ରାମରେ କରୋନା ଚିହ୍ନଟ ହେବା ପରେ ସ୍ଥାନୀୟ ସରପଞ୍ଚ ମାନେ ସଟଡାଉନ ଘୋଷଣା କରିଛନ୍ତି। ହେଲେ ତାହା ନାମକୁ ମାତ୍ର ଅମାନିଆ ବେଧଡ଼କ ଭାବରେ ବୁଲୁଛନ୍ତି। ପ୍ରଶାସନ କଥା ମାନିବା ପାଇଁ ନାରାଜ ହେଉଛନ୍ତି। ତେବେ ଏହାକୁ ନେଇ ଏବେ ଚିନ୍ତାର ବିଷୟ ପାଲଟି ଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିନା ଅନୁମତି କ୍ରମେ ସରପଞ୍ଚ ଅବା ଅନ୍ୟ ଅଧିକାରୀ ଏହି ବନ୍ଦ ଘୋଷଣା କରି ପାରିବେ ନା ନାହିଁ ସେ ନେଇ ଆଲୋଚନା ହେଉଛି।