Odiapua.com

ଡାକ୍ତରଙ୍କ ଅବହେଳା ଯୋଗୁଁ ଗଲା ରୋଗୀର ଜୀବନ

ନୟାଗଡ଼, ୦୩/୧୧, (ଓଡ଼ିଆ ପୁଅ ପି ନାୟକ): ନୟାଗଡ଼ ଜିଲ୍ଲା ଚାନ୍ଦପୁର ସ୍ଥିତ ଯକ୍ଷ୍ମା ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ଘଟିଛି। ଘଟଣାଟି ହେଲା ଚିକିତ୍ସା ନ ପାାଇ ରୋଗୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଯକ୍ଷ୍ମା ରୋଗରେ ପୀଡ଼ିତ ନିଜ ସ୍ୱାମୀଙ୍କୁ ଭଲ କରିବାର ଆଶା ନେଇ ସ୍ତ୍ରୀ ଉଜଳା ସ୍ୱାଇଁ ଗଞ୍ଜାମରୁ ନୟାଗଡ଼କୁ ଆସି ପହଞ୍ଚିଥିଲେ ଚାନ୍ଦପୁର ସ୍ଥିତ ଯକ୍ଷ୍ମା ସ୍ୱାସ୍ଥ୍ୟକେନ୍ଦ୍ରରେ। କିନ୍ତୁ ସେଠାରେ ଜଣେ ଡାକ୍ତର କେବଳ ଗୋଟିଏ ଇଞ୍ଜେକ୍ସନ ଏବଂ ସାଲାଇନ ଦେଇ ନିଜର କାମ ସାରି ଦେଇଥିଲେ। କିନ୍ତୁ ଯକ୍ଷ୍ମା ରୋଗ ବିଶେଷଜ୍ଞ ଡ଼ ସୂର୍ଯ୍ୟ ନାରାୟଣ ବେହେରା ସେଠାରେ ନଥିଲେ। ସେଠାରେ ଉପସ୍ଥିତ ଅନ୍ୟ ଡାକ୍ତରଙ୍କୁ ଏନେଇ ପଚାରିଥିଲେ ଉଜଳା। ହେଲେ ଡାକ୍ତର ଦିନ ୩ଟାରେ ଆସିବେ ବୋଲି ଉତ୍ତର ମିଳିଥିଲା। ପରେ ଅବହେଳା ପାଇଁ ରୋଗୀଙ୍କ ଜୀବନ ଚାଲିଯାଇଥିଲା।