Odiapua.com

ଡାକବଙ୍ଗଳାର ଡାକ କେହି ଶୁଣିନି!, ଦିନେ ଆଶ୍ରୟ ଦେଉଥିଲା ; ଆଜି ଅଲୋଡା

ଭଦ୍ରକ, ୨୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦିନଥିଲା ଇରମର କୁଲିଖଟି ଡାକବଙ୍ଗଳା ବହୁଲୋକଙ୍କ ଆଶ୍ରୟ ସ୍ଥଳୀ ପାଲଟିଥିଲା। ବ୍ରିଟିସ କର୍ମଚାରୀଙ୍କ ଠାରୁ ଜଳସେଚନ ବିଭାଗ(ସ୍ୱାଧିନତାପରେ)ର ଅଧିକାରୀ ଆଶ୍ରୟ ନେଉଥିଲେ। ଯାତାୟତର ପଥ ସୁବିଧାନଥିବାରୁ ଶ୍ରମିକମାନେ ଆଶ୍ରୟ ସ୍ଥଳୀରେ ଏକାଠିହୋଇ କୋଷ୍ଟକେଲାରେ ଷ୍ଟିମର(ଛୋଟଯାହାଜ)ଚଢି କାମଧନ୍ଦା ପାଇଁ ପଶ୍ଚିମବଙ୍ଗ ଯାଉଥିଲେ। ସ୍ୱାଧିନତାପରେ ଜଳସେଚନ ବିଭାଗ ପାଇଁ ବହୁ ଗୁରୁତ୍ୱ ବହନ କରିଥିଲା କୁଲିଖଟି ଡାକବଙ୍ଗଳା। ଦିନେ ବିଭାଗୀୟ ଅଧିକାରୀ ଆଉ କର୍ମଚାରୀଙ୍କୁ ଆଶ୍ରୟ ଦେଉଥିବା ଡାକବଙ୍ଗଳା ଆଜି ନିଜର ସୁରକ୍ଷା ଖୋଜୁଛି। ଭାଙ୍ଗିରୁଜ୍ଜିଗଲାଣି ବଙ୍ଗଳାର ବିଭିନ୍ନ ବହୁଅଂଶ। ଅନାବନା ଲଟା ଆଉ ଗଛରେ ଭିତରେ ଲୁଚି ଗଲାଣି ବଙ୍ଗଳା। ଏକପ୍ରକାର ଭୁତକୋଠି ପାଲଟିଛିଲାଣି କୁଲିଖଟି ଡାକବଙ୍ଗଳା। ବହୁ ଅଧିକାରୀ, କର୍ମଚାରୀଙ୍କୁ ଆଉ ଶ୍ରମିକଙ୍କୁ ଦିନେ ଆଶ୍ରୟ ଦେଇଥିବା ଡାକବଙ୍ଗଳା ନିଜର ସୁରକ୍ଷା ପାଇଁ ଡାକୁଥିଲେବି କେହି ତା’ ଡାକ ଶୁଣିନଥିବା କୁହାଯାଉଛି। କେତେକ ବରିଷ୍ଠ ନାଗରିକ କୁହନ୍ତି; ସ୍ୱାଧିନତା ପୂର୍ବରୁ ଡାକବଙ୍ଗଳା ନିର୍ମାଣ ହୋଇଥିଲେ। ସେସମୟରେ ବ୍ରିଟିସର କେତେକ କର୍ମଚାରୀ ଡାକବଙ୍ଗଳାରେ ରହୁଥିଲେ। ଅଭିବକ୍ତ ବାଲେଶ୍ୱର ଅଞ୍ଚଳର ବହୁ ଶ୍ରମିକ କୋଷ୍ଟ କେନାଲ କୂଳରେ ଯାହଜରେ ଚଢି ପଶ୍ଚିମବଙ୍ଗ ଅଂଚଳକୁ ଯାଇଥିଲେ। ସଡକ ଅବା ରେଳପଥର ସୁବିଧାନଥିବାରୁ କୋଷ୍ଟ କେନାଲ ଜଳପଥର ଗୁରୁତ୍ୱ ବଢିଥିଲା। ଛୋଟ ଜାହଜ(ଷ୍ଟିମର)ଆଉ ପାଲଟଣା ଡଙ୍ଗାରେ ଯାତାୟତ ହେଉଥିଲା ଯାତ୍ରୀ। ଅଧିକାରୀ ଆଉ କର୍ମଚାରୀ ମଧ୍ୟ ବିଭିନ୍ନ ଅଂଚଳକୁ ଯାତ୍ରା କରୁଥିଲେ। ଡାକବଙ୍ଗଳା ସେସମୟରେ ରହଣି ସ୍ଥାନ ପାଲଟିଥିଲା। ଦେଶ ସ୍ୱାଧିନତା ପରେ ଏହି ବଙ୍ଗଳା ଜଳସେଚନ ବିଭାଗ ଅଧିନକୁ ଯାଇଥିଲା। ଏହାର ଜଗାରଖା ପାଇଁ କର୍ମଚାରୀ ନିୟୋଜିତ ହୋଇଥିଲେ। ବିଭାଗୀୟ ଅଧିକାରୀ ଇରମ ଅଞ୍ଚଳକୁ କାମ ତଦାରଖରେଗଲେ ଡାକବଙ୍ଗଳାରେ ବିଶ୍ରାମ ନେଉଥିଲେ। ଦୀର୍ଘଦିନ ଡାକବଙ୍ଗଳା ଜଳସେଚନ ବିଭାଗ ଅଧିନରେ ରହିଥିଲା। ସମୟକ୍ରମେ ତଦାରଖ ଅଭାବରୁ ଏହି ବଙ୍ଗଳା ଭୁତକୋଠି ପାଲଟିଯାଇଛି। କବାଟ ଝରକା ଭାଙ୍ଗି ଭାଙ୍ଗିଗଲାଣି। ବଙ୍ଗଳାର ପାଚେରୀ ମାଟିରେ ମିଶିଲାଣି। ବଙ୍ଗଳର ମୁଖ୍ୟ ଦୁଆରେ ଲାଗିଥିବା ଗ୍ରୀଲଗେଟ କିଏ ଚୋରାଇ ନେଲାଣି। ଅନାବନା ଲଟାବୁଦାରେ ଲୁଚି ଗଳାଣି ବଙ୍ଗଳା। ବ୍ରିଟସ ଅମଳର ବଙ୍ଗଳା ଉପରେ ଜଳସେଚନ ବିଭାଗର ଟିକିଏବି ନଜର ପଡୁନି। ଯେଉଁ ବଙ୍ଗଳାଦିନେ ବିଭଗୀୟ ଅଧିକାରୀଙ୍କୁ ଆଶ୍ରୟ ଦେଉଥିଲା ଆଜି ନିଜର ସୁରକ୍ଷା ଲୋଡୁଛି। ଦୂରକୁ ଜଙ୍ଗଲପରି ଦୃଶ୍ୟମାନ ହେଉଛି ଡାକବଙ୍ଗଳା। ବଙ୍ଗଳାର ଜରାଜିର୍ଣ୍ଣ ଅବସ୍ଥା ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ଅନୀଲ କୁମାର ପ୍ରମାଣିକ କହିଛନ୍ତି, ଉନ୍ନତି କରଣ ପାଇଁ ଯୋଜନା ହୋଇଛି। ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି। ପ୍ରଥମତ ବଙ୍ଗଳାର ଚାରିପାଖରେ ପାଚେରି ନିର୍ମାଣ ହେବ। ଏହାର ପୁନରୁଦ୍ଧାର ହେବାର ଆବଶ୍ୟକତା ରହିଛି ବୋଲି ଦାବି କରିଛନ୍ତି ସହିଦ ତୀର୍ଥଯାତ୍ରୀ ସଂଘର ସଭାପତି ବୈଲୋଚନ ଜେନା। ରକ୍ତତୀର୍ଥ ଇରମ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଛି। କୁଲିଖଟି ଡାକବଙ୍ଗଳାର ପୁନରୁଦ୍ଧାର ସହିତ ପାରିପାର୍ଶିକ ସ୍ଥିତି ଉପରେ ଦୃଷ୍ଟି ଦିଆଗଲେ ନିଶ୍ଚିତ ଯାତ୍ରୀ ମାନଙ୍କୁ ଆକର୍ଷିତ କବିର ବୋଲି ଯୁବ ସମାଜସେବୀ ରଞ୍ଜନ କୁମାର ନାୟକ କହିଛନ୍ତି।