Odiapua.com

ଡାକଘର ଜମାଖାତାରୁ ଲକ୍ଷାଧିକ ଟଙ୍କା ହଡପ କରିବା ଅଭିଯୋଗରେ ପୋଷ୍ଟମାଷ୍ଟ୍ର ଗିରଫ

ମାଲକାନଗିର,ି୨୨ ।୬ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲା କାଲିମେଳା ଥାନାସ୍ଥ ବେଜାଙ୍ଗଓ୍ୟାର୍ଡା ଶାଖା ଡାକଘରେ ଖୋଲା ଯାଇଥିବା ବିଭିନ୍ନ ଗ୍ରାମର ଲୋକଙ୍କ ଜାମାଖାତାରୁ ଲ କ୍ଷାଧିକ ଟଙ୍କା ହଡପ କରି ଫେରାର ହୋଇଯାଇଥିବା ଶାଖାପୋଷ୍ଟ ମାଷ୍ଟ୍ରଙ୍କୁ ପୁଲିସ ଗିରଫ କରିଛି । ଏମପିଭି୭୧ ଗ୍ରାମର ନନିଗୋପାଳ ବିଶ୍ୱାସ ଙ୍କ ସ୍ତ୍ରୀ ଉକ୍ତ ଡାକଘରେ ଗତ୨୦୧୫ମସିହାରେ ୨୫ହଜାର ଟଙ୍କାର ଏକ ଜମାଖାତା ଖୋଲି ୮୦ ହଜାଟଟଙ୍କା ଜମାକରିଥିଲେ । ଗତ୨୦୧୮ମସିହାରେ କମଲ ବିଶ୍ୱାସ ଆରଡି ଖାତା ଖୋଲି ୨୦ହଜାର ଟଙ୍କା ଜମାରଖିଥିଲେ ,ସେମାନେ ଖାତା ଚେକ କରିବାରୁ ତାଙ୍କ ଟଙ୍କା ନଥିବାର ଜାଣିବାକୁ ପାଇଥିଲେ । ଏହି ପରି ଅନେକ ଜମାକାରିଙ୍କ ଖାତାରୁ ଲ କ୍ଷାଧିକ ଟଙ୍କା ଗାଏବ ହୋଇଯାଇଥିଲା । ଏ ସଂପର୍କରେ ଜମାକିରାମାନେ କାଲିମେଳା ଥାନାରେ ଅଭି ଯୋଗ କରିଥିଲେ । ବେଜାଙ୍ଗା ଓ୍ୟାର୍ଡା ଶାଖା ଡାକଘରର ପୋଷ୍ଟ ମାଷ୍ଟ୍ର ମନା ପୁଜାରି ଉକ୍ତ ଟଙ୍କା ହଡପକରି ଫେରାର ହୋଇ ଯାଇଥିଲେ । ।ତଙ୍କୁ ପୁଲିସ ଖୋଜା ଖୋଜି କରି ଗିରଫ କରିବାରେ ସଫଳ ହୋଇଛନ୍ତି , କାଲିମେଳା ଥାନା କେସ ନମ୍ବର ୪୯/୨୦୨୧ କେସ ରୁଜୁକରାଯାଇ ୪୦୮/୪୦୯/୪୨୦/୪୭୧/୪୭୩ ଦଫାରେ ପୋଷ୍ଠମାଷ୍ଟ୍ର ଶ୍ରୀ ପୂଜାରୀ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।