Odiapua.com

ଡାଇମଣ୍ଡ ଜୁବୁଲି ଲାଇବ୍ରେରୀ ସଭାପତି ସଚ୍ଚିଦାନନ୍ଦଙ୍କ ବିୟୋଗରେ ଶୋକସଭା

କେନ୍ଦ୍ରାପଡ଼ା, ୨୯ା୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ୧୮୯୭ମସିହାରେ ପ୍ରତିଷ୍ଠିତ ହୋଇଥିବା କେନ୍ଦ୍ରାପଡା ସହରର ପୁରୁଣାବସଷ୍ଟାଣ୍ଡସ୍ଥିତ ଡାଇମଣ୍ଡ ଜୁବୁଲି ପବ୍ଲିକ ଲାଇବ୍ରେରୀର ସଭାପତି ତଥା ବିଶିଷ୍ଠ ଆଇନଜୀବୀ ସଚ୍ଚିଦାନନ୍ଦ ମହାନ୍ତିଙ୍କ ବିୟୋଗରେ ଏକ ଶୋକସଭା ଲାଇବ୍ରେରୀ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ବରିଷ୍ଠ ଆଇନଜୀବୀ ଉମେଶ ଚନ୍ଦ୍ର ସିଂହଙ୍କ ସଭାପତିତ୍ୱ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା। ସ୍ୱର୍ଗତ ମହାନ୍ତି ଦୀର୍ଘ ୫୦ବର୍ଷରୁ ଉର୍ଦ୍ଧ୍ୱ ହେବ ପାଠାଗାରର ସଭାପତି ଭାବେ ଏହି ଅନୁଷ୍ଠାନର ଅନେକ ଉନ୍ନତି ମୂଳକ କାର୍ଯ୍ୟ କରିଛନ୍ତିବୋଲି ବକ୍ତାମାନେ କହିଥିଲେ। ଏହି ଶୋକସଭାରେ ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ସରୋଜରାଜ ସିଂ, ଅବସରପ୍ରାପ୍ତ ଶିକ୍ଷକ ଗୋଲଖ ସାହୁ, ଆଇନଜୀବୀ ବୈଦ୍ୟନାଥ ଚାଟାର୍ଜୀ, ଆଶିଷ ସେନାପତି ପ୍ରମୁଖ ଯୋଗଦେଇ ତାଙ୍କ ଗୁଣାବଳୀ ସମ୍ପର୍କରେ ଆଲୋକପାତ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପାଠାଗାରରେ ଖୁବଶୀଘ୍ର ସ୍ୱର୍ଗତ ମହାନ୍ତିଙ୍କ ଏକ ଫଟୋଚିତ୍ର ଉନ୍ମୋଚନ କରାଯିବ ବୋଲି ସଭାରେ ନିଷ୍ପତ୍ତି ହୋଇଛି।