ଭଦ୍ରକ, ୧୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଡ଼ା. ସୁରଥ ବିଶ୍ୱାଳଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳନ ଅବସରରେ ଏକ ସ୍ମୃତି ସଭା ଭାଗବତ କଲ୍ୟାଣ ମଣ୍ଡପ ଠାରେ ଶାନ୍ତନୁ କୁମାର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଅତିଥିମାନଙ୍କୁ ବୈଲୋଚନ ବେହୁରିଆ ମଂଚ ଆମନ୍ତ୍ରଣ କରିଥିବା ବେଳେ ବେଦ ପାଠ କରିଥିଲେ ବେଦବିତ୍ ଘନଶ୍ୟାମ ଲେଙ୍କା । ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଶିକ୍ଷାବିତ୍ ଗୟାଧର ପଣ୍ଡା । ଡ଼ା: ବିଶ୍ୱାଳଙ୍କ ଜୀବନ ଉପରେ ବିଭିନ୍ନ ବ୍ୟକ୍ତିମାନଙ୍କ ଦ୍ୱାରା ଲେଖାଯାଇଥିବା ୍ସୃତିଗ୍ରନ୍ଥ “ସ୍ତିତପ୍ରଜ୍ଞ ସୁରଥ“ ସମ୍ମାନିତ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ପୁସ୍ତକର ମୁଖ୍ୟ ସଂପାଦକ ଅବସରପ୍ରାପ୍ତ ପ୍ରାଧ୍ୟାପକ ବାସୁଦେବ ବାରିକ୍ ପୁସ୍ତକ ସଂପର୍କରେ ସୂଚନା ଦେଇଥିଲେ ଏବଂ ହରମୋହନ କୁଅଁର ସଂପାଦକୀୟ ବକ୍ତବ୍ୟ ରଖିଥିଲେ । ଡ଼ା ସୁରଥ ବିଶ୍ୱାଳ ଜଣେ ଭେଷଜ ବିଶେଷଜ୍ଞ ଡ଼ାକ୍ତର ଭାବରେ ବାଲେଶ୍ୱର ଓ ଭଦ୍ରକରେ ବିଭିନ୍ନ ଅଂଚଳରେ ଚାକିରୀ କରି ଜଣେ ସୁନାମଧନ୍ୟ ଡ଼ାକ୍ତର ହିସାବରେ ନିଜକୁ ପରିଚିତ କରି ପାରିଥିଲେ । କୋରାପୁଟ ଜିଲ୍ଲା ମୁଖ୍ୟ ମେଡ଼ିକାଲ ଅଫିସର ଭାବେ କାର୍ଯ୍ୟ କଳାପରେ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗରେ ଯୁଗ୍ମ ନିର୍ଦ୍ଦେଶକ ପଦକୁ ଉନ୍ନିତ ହୋଇଥିଲେ । ଏହି ପଦରୁ ଅବସର ନେଇ ଭଦ୍ରକରେ ରହି ଲୋକଙ୍କୁ ଡ଼ାକ୍ତରୀ ସେବାରେ ନିୟୋଜିତ କରିଥିଲେ । ବହୁ ସାମାଜିକ ଅନୁଷ୍ଠାନରେ ଜଡ଼ିତ ହୋଇ ଜଣେ ମାନବବାଦୀ ମଣିଷ ଭାବେ ନିଜକୁ ପରିଚିତ କରିପାରିଥିଲେ । ଡ଼ା. ବିଶ୍ୱାଳ ଜଣେ ସ୍ନେହୀ, ଶାନ୍ତସ୍ୱଭାବର ମଣିଷ, ମିଷ୍ଟଭାଷୀ, ସରଳ ଓ ସ୍ତିତପ୍ରଜ୍ଞ ବ୍ୟକ୍ତିଭାବେ ସମସ୍ତେ ତାଙ୍କୁ ସମ୍ମାନ କରୁଥିଲେ । ଏହି ସଭାରେ ଡ଼ା ହରେକୃଷ୍ଣ ନାୟକ, ଡ଼ା: ଦୁର୍ଯ୍ୟେଧନ ଦାସ, ସମ୍ଭକାର ଅଭୟ ଦ୍ୱିବେଦୀ, ବରିଷ୍ଠ ଆଇନ୍ଜୀବୀ ନିରାକାର ଜେନା, ଶିକ୍ଷାବିତ୍ ବାବାଜି ଚରଣ ପଣ୍ଡା, ଡ଼ା. ରବିନ୍ଦ୍ର କୁମାର ନାୟକ, ଶିକ୍ଷାବିତ୍ କୈଳାସ ପଣ୍ଡା, ଜିତେନ୍ଦ୍ର ବିଶ୍ୱାଳ, ସମରେନ୍ଦ୍ର ବିଶ୍ୱାଳ, ମଧୁସ୍ମୀତା ବିଶ୍ୱାଳ, ଡ଼. ରାଧାରାଣୀ ମହାପାତ୍ର, ଡ଼. ରାମଚନ୍ଦ୍ର ପଣ୍ଡା, ଡ଼ା. ସୁକାନ୍ତୀ ଜେନା, ସୁଧାକର ରାଉତ, ମାୟାଧର ବିଶ୍ୱାଳ, ଡ଼ା. ମୁରଲୀଧର ସୂତାର ପ୍ରଭୃତି ବ୍ୟକ୍ତିମାନେ ଉପସ୍ଥିତ ରହି ଡ଼ା. ବିଶ୍ୱାଳଙ୍କ ଗୁଣାବଳୀ ବିଷୟରେ ଆଲୋଚନା କରିଥିଲେ । ଏତଦ୍ଭିନ୍ନ ଏହି ସଭାରେ ଉପସ୍ଥିତ ଥିଲେ ଡ଼. ରାମଚନ୍ଦ୍ର ନାୟକ, ଡ଼ା. ରବୀନ୍ଦ୍ର ଓଝା, ପବିତ୍ର ପାଣିଗ୍ରାହୀ, ଡ଼. ପ୍ରଭାତ ନଳୀନୀ ମହାପାତ୍ର, ଗୀତାରାଣୀ ଆଇଚ, ଡ଼. ଗୋଲକ ବିହାରୀ ସାହୁ, ଡ଼. ପ୍ରମୋଦ କୁମାର ନାୟକ, ଚନ୍ଦ୍ର ଶେଖର ନାୟକ, କୈଳାସ ଚନ୍ଦ୍ର ନାୟକ, ଲଲାଟେନ୍ଦୁ ମହାନ୍ତି, ବାବୁଲାଲ ଦାସ, ମନୋରଞ୍ଜନ ଦାସ, ମନୋରମା ରାଏ, ଜାନକୀ ପାଢ଼ୀ, ରୂପକ ବିହାରୀ ରାଏ, ପ୍ରଶାନ୍ତ କୁମାର ସାହୁ, ଲକ୍ଷ୍ମକାନ୍ତ ବାରିକ୍ , ରତ୍ନାକର ଦାସ ଓ ଅମର କୁମାର ପାଣିଗ୍ରାହୀ ଏବଂ ଅନେକ ବ୍ୟକ୍ତି ବିଶେଷମାନେ । ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ପରମାନନ୍ଦ ସାହୁ । ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ପ୍ରଫୁଲ କୁମାର ମାଝୀ, ମନୋରଂଜନ ରାଉଳ, ଆଶିଷ କୁମାର ନାୟକ, ସନ୍ତୋଷ କୁମାର ରାଉତ ଓ ଅଭିମନ୍ୟୁ ନାୟକ ।