Odiapua.com

ଡ଼ାକ୍ତରଖାନାରେ ପଡିଲା ତାଲା

ବାଲେଶ୍ଵର,୧୧/୧୦,(ଓଡ଼ିଆ ପୁଅ ପି ନାଏକ): ଡାକ୍ତରଖାନାରେ ତାଲା ପକାଇଲେ ସ୍ଥାନୀୟ ଲୋକେ । ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି ବାଲେଶ୍ବର ଜିଲ୍ଲା ବରମପୁର ଡାକ୍ତରଖାନାରେ । ଡ଼ାକ୍ତରଖାନାରେ କେହି ଡାକ୍ତର ନଥିବାରୁ ଉତ୍ତ୍ୟକ୍ତ ଲୋକେ ଏଭଳି କରିଥିବା ସୂଚନା ମିଳିଛି । କେହି ଏହା ଶୁଣୁ ନଥିବାରୁ ବାଧ୍ୟ ହୋଇ ସେମାନେ ଏହା କରିଛନ୍ତି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗକୁ ସ୍ଥିତି ଗମ୍ଭୀର ହେବ ବୋଲି ଚେତାବନୀ ଦେଇଛନ୍ତି ।