ଭଦ୍ରକ, ୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦାମୋଦର ସଂସ୍କୃତ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ନିତ୍ୟାନନ୍ଦ ମିଶ୍ରଙ୍କ ସାହିତ୍ୟ ସଂସ୍କୃତି ଆଧ୍ୟାତ୍ମିକତା ଓ ସେବା ପାଇଁ କଟକ ସ୍ଥିତ ସାରଳା ଭବନ ଠାରେ କୈବଲ୍ୟ ସାହିତ୍ୟ ସଂସଦ, କଟକ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ପର୍ବରେ ଡ଼ଃ ମିଶ୍ରଙ୍କୁ ସାମଗ୍ରିକ ସେବା କ୍ଷେତ୍ରରେ ଉଲ୍ଲେଖ ନୀୟ ଅବଦାନ ପାଇଁ ‘ ଗୋପବନ୍ଧୁ ଶିକ୍ଷା ରତ୍ନ ସମ୍ମାନ -୨୦୨୬ ‘ ଅନୁଷ୍ଠାନ ର ପ୍ରତିଷ୍ଠାତା ସମ୍ପାଦକ ଡ଼ଃ ସଂଗ୍ରାମ କେଶରୀ ସାମନ୍ତରାୟ ଓ କୁଳପତିଙ୍କ ଗହଣରେ ସମ୍ମାନିତ କରିଅଛନ୍ତି । ଉକ୍ତ ଉତ୍ସବରେ ‘ଜାତୀୟ ଶିକ୍ଷା ନୀତି -୨୦୨୦’ ଶୀର୍ଷକ ଆଲୋଚନା ଚକ୍ର ସମଗ୍ର ରାଜ୍ୟରୁ ଆସିଥିବା ଶିକ୍ଷାବିତ, ଅଧ୍ୟାପକ, ପ୍ରଫେସର ଓ କୁଳପତି ମାନେ ଯୋଗ ଦେଇ ନିଜର ଗବେଷଣାତ୍ମକ ବକ୍ତବ୍ୟ ରଖିଥିଲେ।