Odiapua.com

ଡଲଫିନ ଗ୍ୟାସ ଏଜେନସି ମ୍ୟାନେଜରଙ୍କୁ ମରଣାନ୍ତକ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଲୁଟ

କଟକ, ୨୫/୧୨ (ଓଡ଼ିଆ ପୁଅ/ ଅଭୟ ଜେନା) କଟକ ଜିଲ୍ଲା ମାହାଙ୍ଗା ଥାନା କୁଆଁପାଳ-ସାଲେପୁର ରାସ୍ତାର ଅଳିଯୋଡ଼ା ନିକଟସ୍ଥ ତ୍ରିପୁରା ପେଟ୍ରୋଲ ଟାଙ୍କି ପାଖରେ ଘଟିଛି ଏଭଳି ଅଭାବନୀୟ ଘଟଣା। ବାଇକରେ ଆସିଥିବା ୩ ଦୁର୍ବୁତ୍ତ ଲୁଟିନେଲେ ଟଙ୍କା। ଡ଼ଲଫିନ ଗ୍ୟାସ ମ୍ୟାନେଜର ରଞ୍ଜନ ସିହ୍ନାଙ୍କୁ ଆକ୍ରମଣ କରି ୨ ଲକ୍ଷ ୬୦ ହଜାର ଟଙ୍କା ଲୁଟିନେଇ ଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଥାନାରେ ରିପୋର୍ଟ ପରେ ପୋଲିସର ତଲାସୀ ଜାରୀ ରଖିଛି। ଆଜି ରାତି ୮ ଟା ସମୟରେ ଲୁଟେରାଙ୍କ ହାବୁଡ଼ରେ ପଡି ଲୁଟର ଶୀକାର ହୋଇଛନ୍ତି ରଞ୍ଜନ।