Odiapua.com

ଡଙ୍ଗା ଭସାଇବା ହେଲା କାଳ : ଆଖଣ୍ଡଳମଣିଙ୍କ ଶିବଗଙ୍ଗା ପୁଷ୍ପରିଣୀରେ ବୁଡିଗଲେ ୨ ଶିଶୁପୁତ୍ର, ଜଣେ ମୃତ, ଜଣେ ଗୁରୁତର

ଭଦ୍ରକ, ୨୧ା୧୧ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) – ଆଜି ସନ୍ଧ୍ୟା ୫ଟା ସମୟରେ ଭଦ୍ରକର ପ୍ରସିଦ୍ଧ ଶୈବପୀଠ ଆରଡିର ଶିବଗଂଗା ପୁଷ୍ପରିଣୀରେ ଡଙ୍ଗା ଭସାଇବା ବେଳେ ଗୋଡ ଖସିଯିବାରୁ ଦୁଇଜଣ ଶିଶୁପୁତ୍ରଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଆରଡିର ପାଗୁଲ ପାଢୀଙ୍କର ୭ ବର୍ଷର ପୁଅ ଗଣେଶ ଓ ସୁମନ୍ତ ପାଢୀଙ୍କର ୪ ବର୍ଷର ପୁଅ ସାଇ ସୋଲ ଡଙ୍ଗା ନେଇ ସନ୍ଧ୍ୟା ୫ଟା ସମୟରେ ଶିବଗଙ୍ଗା ପୁଷ୍କରିଣୀରେ ଭସାଉଥିବାବେଳେ ଗୋଡ ଖସିଯିବାରୁ ୨ ଜଣ ବୁଡିଯାଇଥିଲେ। କିଛଲୋକ ତାହା ଦେଖି ଗଣେଶକୁ ଉଦ୍ଧାର କରିଥିଲେ ମଧ୍ୟ ସାଇ ପୁଷ୍ପରିଣୀରେ ବୁଡିଯାଇଥିଲା। ଦୀର୍ଘସମୟ ପରେ ତାକୁ ଉଦ୍ଧାର କରି ପ୍ରଥମେ ଆରଡି ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଧୁଷୁରୀ ଡାକ୍ତରଖାନାକୁ ଅଣାଯାଇଥିଲେ ମଧ୍ୟ ଡାକ୍ତରମାନେ ତାକୁ ମୃତ ଘୋଷଣା କରିଥିଲେ। ଗଣେଶ ଏବେ ଗୁରୁତର ଭାବେ ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଛି।